ସବୁଠୁ ଯୁବ ଖେଳାଳୀ ଭାବେ ଦିନିକିଆରେ ଶୁଭମନଙ୍କ ଦ୍ୱିଶତକ । ନ୍ୟୁଜିଲ୍ୟାଣ୍ଡ ବିରୋଧରେ ୧୪୯ ବଲରୁ ୨୦୮ ରନ ଖେଳିଲେ ପାରି

491

କନକ ବ୍ୟୁରୋ : ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଚାଲିଥିବା ଦିନିକିଆ ମ୍ୟାଚରେ ହୃଦୟ ଜିତିଲେ ଶୁଭମନ୍ ଗିଲ୍ । ପଛରେ ପଡ଼ିଲେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଶୁଭମନ ଗିଲ ଦ୍ୱିଶତକ ମାରି ବିରାଟଙ୍କୁ ପଛରେ ପକାଇଛନ୍ତି । ଶ୍ରୀଲଙ୍କା ବିପକ୍ଷ ପୂର୍ବ ମ୍ୟାଚରେ ଗିଲ୍ ୧୧୬ରନ କରିଥିବା ବେଳେ ଆଜି ପୁଣି ଥରେ ଦ୍ୱିଶତକ କରି ଗିଲ୍ ଦିନିକିଆରେ ୧୦୦୦ରନ୍ ସ୍କୋର କରିଛନ୍ତି । ଏଭଳି କରି ଗିଲ୍, ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି । ଗିଲ୍ ନିଜର ୧୯ତମ ଦିନିକିଆ ମ୍ୟାଚରେ ୧୦୦୦ରନ୍ ସ୍କୋର କରିଥିବା ବେଳେ ବିରାଟ ତାଙ୍କ କ୍ୟାରିୟରର ୨୪ତମ ଦିନିକିଆ ୧୦୦୦ରନ୍ କରିଥିଲେ । ତେବେ ଦିନିକିଆ ମ୍ୟାଚରେ ସବୁଠାରୁ ପ୍ରଥମେ ୧୦୦୦ରନ୍ ସ୍କୋର କରିବାର ରେକର୍ଡ ପାକିସ୍ତାନର ଫଖର ଜମାଙ୍କ ନାମରେ ରହିଛି । ଫଖର ୧୮ତମ ଦିନିକିଆ ମ୍ୟାଚରେ ୧୦୦୦ ରନ୍ ସ୍କୋର କରିଥିଲେ । ଫଖର ଜମାଙ୍କ ପରେ ଏବେ ଦ୍ୱି୍ତୀୟ ସ୍ଥାନରେ ଅଛନ୍ତି ଇମାମ-ଉଲ-ହକ ଓ ଶଭମନ ଗିଲ୍ । ଦୁହେଁ ନିଜର ୧୯ତମ ମ୍ୟାଚରେ ୧୦୦୦ ରନ୍ ସ୍କୋର କରିଛନ୍ତି । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୪୯ ରନ କରିଥିଲା ।