ଶ୍ରୀମନ୍ଦିର ଦକ୍ଷିଣ ପଶ୍ଚିମ କୋଣରେ କପାଳମୋଚନ ମନ୍ଦିରରେ ପୂଜାର୍ଚ୍ଚନା

66

କନକ ବ୍ୟୁରୋ : ଶ୍ରୀମନ୍ଦିର ଦକ୍ଷିଣ ପଶ୍ଚିମ କୋଣରେ କପାଳମୋଚନ ମହାଦେବଙ୍କ ପୁରାତନ ମନ୍ଦିର ରହିଛି । କୁହାଯାଏ, ମହାଦେବ ବ୍ରହ୍ମାଙ୍କର ପଞ୍ଚମ ମସ୍ତକ ଛେଦନ କରିବାରୁ ତାଙ୍କ କପାଳଟି ଶିବଙ୍କ ହସ୍ତରେ ଲାଗି ରହିଥିଲା । ସେ ପୁରୁଷୋତମ କ୍ଷେତ୍ରକୁ ଆସି ସେହି କପାଳରୁ ମୁକ୍ତ ହୋଇଥିଲେ । ତେଣୁ ଏଠାରେ ପୂଜିତ ହେଉଥିବା ମହାଦେବ କପାଳ ମୋଚନ ନାମରେ ପରିଚିତ ।

ଶ୍ରୀକ୍ଷେତ୍ର ମଧ୍ୟରେ ଥିବା ପଞ୍ଚ ମହାଦେବଙ୍କୁ ପଞ୍ଚ ପାଣ୍ଡବ ବୋଲି କୁହାଯାଏ । ଶ୍ରୀ କପାଳମୋଚନ ମହାଦେବଙ୍କୁ ଚତୁର୍ଥ ପାଣ୍ଡବ ନକୁଳ ଭାବେ ବିବେଚନା କରାଯାଏ । ଏହି ମନ୍ଦିର ନିକଟରେ ଏକ ପୁରାତନ ତୀର୍ଥ ରହିଛି । ଯାହା ମଣିକର୍ଣ୍ଣିକା ତୀର୍ଥ ନାମରେ ପରିଚିତ । ମାଦଳା ପାଞ୍ଜି ଅନୁଯାୟୀ ଅନଙ୍ଗ କେଶରୀ ଶ୍ରୀକପାଳ ମୋଚନଙ୍କ ଏହି ଦେଉଳ ନିର୍ମାଣ କରିଥିଲେ ।