ଆଜି ଖୋଲିବ ହୀରାକୁଦ ଡ୍ୟାମର ୪ଟି ଗେଟ୍ : ଆଗକୁ ବର୍ଷା ଆଶଙ୍କା ଥିବାରୁ ଗେଟ୍ ଖୋଲିବ

126

କନକ ବ୍ୟୁରୋ : ଆଗକୁ ବର୍ଷା ଆଶଙ୍କା ଥିବାରୁ ହୀରାକୁଦ ଗେଟ୍ ଖୋଲିବ । ୪ଟି ଗେଟ୍ ଖୋଲିବା ନେଇ ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ପୂର୍ବାହ୍ନ ୧୦ ପରେ ପର୍ଯ୍ୟାୟକ୍ରମେ ଗେଟ୍ ଖୋଲିବ ।

ସେପଟେ, ଉପକୂଳ ଓଡ଼ିଶାରେ ଘୂର୍ଣ୍ଣିବଳୟର ପ୍ରଭାବ । ଏହାର ପ୍ରଭାବରେ ଲାଗି ରହିଛି ବର୍ଷା । ଆଜି ୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ଏହି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଏସବୁ ଅଞ୍ଚଳର ସମ୍ବେଦନଶୀଳ ସ୍ଥାନରେ ମାଟି ଧସିବା, ଚାଷ ଜମିରେ ପାଣି ଜମିବା, ମାଟି ଘର ଭାଙ୍ଗିବା ଓ ରାସ୍ତା ଧୋଇଯିବା ଆଶଙ୍କା ରହିଛି ।