ଟି-୨୦ ଫାଇନାଲ ହାରିବା ପରେ ପାକିସ୍ତାନ ଟିମକୁ ଶୋଏବ୍ ଅଖତାରଙ୍କ ସାନ୍ତ୍ୱନା : ‘ଚିନ୍ତା କରନି, ଆସନ୍ତା ବର୍ଷ ଭାରତରେ ୱାର୍ଲ୍ଡ କପ୍ ଜିତିବା’

1,561

କନକ ବ୍ୟୁରୋ: ଟି-୨୦ ୱାର୍ଲ୍ଡ କପର ପାଇନାଲରେ ପାକିସ୍ତାନକୁ ୫ ୱିକେଟରେ ହରାଇ ଦ୍ୱିତୀୟ ଥର ବାଜି ମାରିଛି ଇଂଲଣ୍ଡ । ଏହାସହ ପାକିସ୍ତାନକୁ ମଧ୍ୟ ଦ୍ୱିତୀୟ ଥର ପାଇଁ ଫାଇନାଲକୁ ଯାଇ ହାରର ସାମ୍ନା କରିବାକୁ ପଡିଛି । ଏପରି ସମୟରେ ପାକ୍ ଟିମର ମନୋବଳ ବଢାଇଛନ୍ତି ଦିଗଗଜ କ୍ରିକେଟର ଶୋଏବ ଅଖତାର । ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରି ସେ ପାକିସ୍ତାନ ଟିମ୍ ଯାହା କହିଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ।

ରାଓଲପିଣ୍ଡି ଏକ୍ସପ୍ରେସ୍ ଭାବେ ଜଣାଶୁଣା କ୍ରିକେଟର ଶୋଏବ୍ ଅଖତର ଟ୍ୱିଟରରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ, ‘ପାକିସ୍ତାନ ଟିମ୍ ଫାଇନାଲରେ ହାରିଛି । ଏଥିରେ ନିରାଶା ମିଳିଛି, ଦୁଃଖ ବି ଲାଗୁଛି ହେଲେ ଚିନ୍ତା କରନି, ଆସନ୍ତା ବର୍ଷ ପାକିସ୍ତାନ ଟିମ୍ ଭାରତ ଯିବ ଏବଂ ୱର୍ଲ୍ଡ କପ୍ ଖେଳିବ’ ।

ଆହୁରି ମଧ୍ୟ କହିଛନ୍ତି ଯେ, ‘ପାକିସ୍ତାନ ୱାର୍ଲ୍ଡ କପ୍ ହାରିଯାଇଛି, କିନ୍ତୁ ଟିମ୍ ସାନଦାର ବୋଲିଙ୍ଗ ଓ ପିଲ୍ଡିଙ୍ଗ କରିଛି । ପୁରା ଟିମ୍ ଭଲ ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଥିଲା । କିଛି କଥା ନାହିଁ । ଇନସାଆଲ୍ଲା! ଆସନ୍ତା ବର୍ଷକୁ ଭାରତରେ ଆମେ ୱାର୍ଲ୍ଡ କପ୍ ଉଠାଇବୁ’ ।