ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ : ରୂପା ଗ୍ଲାସରେ ପାଣି ପିଉଥିଲେ, ନାମୀ ଦାମୀ ଘଣ୍ଟା ପିନ୍ଧିବା ଥିଲା ସଉକ

828

କନକ ବ୍ୟୁରୋ : ରୂପା ଗ୍ଲାସରେ ପାଣି ପିଉଥିଲେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଏହା ସହ ତାଙ୍କ ସଉକ ଥିଲା ନାମୀ ଦାମୀ ଘଣ୍ଟା ପିନ୍ଧିବା । ଆୟ ବର୍ହିଭୁତ ସମ୍ପତି ଠୁଲ ଅଭିଯୋଗରେ ଭିଜିଲାନ୍ସ ଚଢାଉ ବେଳେ ନଗଦ ଟଙ୍କା ସହ ବିଭିନ୍ନ ରକମର ସୁନା ରୂପା ଅଳଙ୍କାର ସହ ରୂପା ଗ୍ଲାସ ଓ ନାମୀ ଦାମୀ ଘଣ୍ଟା ବି ଜବତ କରିଛି ଭିଜିଲାନ୍ସ । ବିଳାସପୂର୍ଣ୍ଣ ଘରେ ରହୁଥିଲେ ଏହି ସରକାରୀ ବାବୁ । ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି ।

ମୟୂରଭଞ୍ଜ ଉଦଳା ସବଡିଭିଜନରେ ଆରଡବ୍ଲୁଏସ ଭାବେ କାର୍ଯ୍ୟରତ ଥିଲେ ରବିନାରାୟଣ ପଣ୍ଡା । ମୟୂରଭଞ୍ଜ କାର୍ଯ୍ୟାଳୟ ସମେତ ୮ଟି ସ୍ଥାନରେ ଏକକାଳିନ ଚଢାଉ କରାଯାଉଛି । ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କେନ୍ଦ୍ରାପଡା ସ୍ଥିତ ବାସଭବନରେ ବି ଚଢାଉ କରୁଛି ଭିଜିଲାନ୍ସ । ଜଣେ ଆଡିସନାଲ ଏସପି, ୮ଜଣ ଅତିରିକ୍ତ ଏସପି, ୫ଜଣ ଇନସପେକ୍ଟର, ଜଣେ ସବ୍-ଇନସପେକ୍ଟର ଓ ୧୧ଏଏସଆଇ ସାମିଲ ହୋଇଛନ୍ତି ।