ଷ୍ଟାର ଓପନର୍ ଶିଖର ଧୱନ ଆୟଶାଙ୍କଠାରୁ ଛାଡପତ୍ର ନେଇ ମୁହଁ ଖୋଲିଲେ । ଦ୍ୱିତୀୟ ବିବାହକୁ ନେଇ କହିଲେ ଏଭଳି କଥା ।

387

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଷ୍ଟାର ଓପନର ଶିଖର ଧୱନ ୨୦୨୧ରେ ଆୟଶା ମୁଖାର୍ଜୀଙ୍କଠାରୁ ଛାଡପତ୍ର ନେଇ କଣମାଧ୍ୟମର ଏକ ସାକ୍ଷାତକାରରେ ମୁହଁ ଖୋଲିଛନ୍ତି । ଏହି କ୍ରମରେ ବ୍ୟକ୍ତିଗତ ଜୀବନକୁ ନେଇ ମୁହଁ ଖୋଲିଛନ୍ତି ଶିଖର ଧୱନ ।

ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ଶିଖର ଧୱନ ଆଇପିଏଲର ଆଗାମୀ ସିଜିନରେ ପଞ୍ଜାବ କିଙ୍ଗସ୍ କ୍ୟାପ୍ଟେ୍ନସିପ୍ କରିବାକୁ ଯାଉଛନ୍ତି । ଗତବର୍ଷ ତାଙ୍କୁ ବାଂଲାଦେଶ ଗସ୍ତ ପରେ ଟିମ୍ ଇଣ୍ଡିଆରୁ ବାଦ ଦିଆଯାଇଥିଲା । ହେଲେ ଆଇପିଏଲରେ ନିଜ ଦମଦାର ପ୍ରଦର୍ଶନ ପରେ ପୁଣି ଦଳକୁ ଫେରିଛନ୍ତି ଶିଖର । ୩୭ ବର୍ଷୀୟ ଶିଖର ଧୱନ୨୦୨୩ ଆଇପିଏଲର ଆରମ୍ଭରେ ଗଣମାଧ୍ୟମରେ ଏକ ସାକ୍ଷାତକାର ସମୟରେ ଏସବୁ ବାବଦରେ ଚର୍ଚ୍ଚା କରିଥିବାବେଳେ ନିଜର ବ୍ୟକ୍ତିଗତ ଜୀବନ ଉପରେ ଆଲୋକପାତ କରିଥିଲେ ।

ସାକ୍ଷାତକାରରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ କହିଥିଲେ ଯେ, ୨୦୨୧ରେ ତାଙ୍କ ଜୀବନରେ ଝଡ ଆସିଥିଲା । ସେ ସମୟରେ ତାଙ୍କ ପତ୍ନୀ ଆୟଶା ମୁଖାର୍ଜୀ ୯ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଛାଡପତ୍ର କଥା କହିଥିଲେ । ଦୁହିଁଙ୍କର ଛାଡପତ୍ର ମାମଲା କୋର୍ଟରେ ଚାଲିଛି । ତେବେ ବୈବାହିକ ସମ୍ପର୍କ ଖରାପ ହେବାକୁ ନିଜକୁ ଦାୟୀ କରିଛନ୍ତି ଶିଖର ଧୱନ୍ ।

ଶିଖର ଓଧ୍ୱନ୍ କହିଥିଲେ ଯେ, ବିବାହ ବି ତାଙ୍କ ପାଇଁ ଏକ ମ୍ୟାଚ ହିଁ ଥିଲା । ତେବେ ଏବେବି କୋର୍ଟରେ ତାଙ୍କର ଛାଡପତ୍ର ମାମଲା ଚାଲିଛି । ଏହା ତୁଟିଗଲା ପରେ ସେ ଭାବିଚିନ୍ତି ବୁଦ୍ଧିମତାର ସହ ଦ୍ୱିତୀୟ ବିବାହ ପାଇଁ ନିଷ୍ପତ୍ତି ନେବେ । ଯେତେବେଳେ ପ୍ରଥମ ପ୍ରେମ କରି ବିବାହ କରିଥିଲେ ସେତେବେଳେ ସାଂସାରିକ ଜୀବନକୁ ନେଇ କୌଣସି ଅଭିଜ୍ଞତା ନଥିଲା ।ସେଥିପାଇଁ ସେ ବିଫଳ ହେଲେ । ହେଲେ ଏଣିକି ବିବାହ କଲେ ସେପରି କୌଣସି ଭୁଲ ହେବ ନାହିଁ ‘ ବୋଲି କହିଛନ୍ତି ଶିଖର ଧୱନ ।