ଦେଶରେ କରୋନା ସଂକ୍ରମଣ ବଢିବା ପରେ ବଢୁଛି ଚିନ୍ତା । କୋଭିଡ ଟେଷ୍ଟିଂ ବଢାଇବା ଉପରେ ନଜର ଦେବାକୁ ପରାମର୍ଶ

105

କନକ ବ୍ୟୁରୋ : ଦେଶରେ ପୁଣି ଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତକାଲି ୧୫୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ବଢିଛି ଚିନ୍ତା । ୧୪୬ ଦିନ ପରେ ଗତକାଲି ସର୍ବାଧିକ ଦୈନିକ ସଂକ୍ରମଣ ଚିହ୍ନଟ ହୋଇଥିଲେ । ସବୁଠାରୁ ଅଧିକ ସଂକ୍ରମଣ ମାମଲା ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, କେରଳ ଓ କର୍ଣ୍ଣାଟକରୁ ଚିହ୍ନଟ ହେଉଛନ୍ତି । କରୋନାର ଗତ ଦୁଇଟି ଲହରରେ ଏସବୁ ରାଜ୍ୟ ସର୍ବାଧିକ ପ୍ରଭାବିତ ହୋଇଥିଲା । ଦେଶରେ ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି ।

ବଢାଅ କୋଭିଡ୍ ଟେଷ୍ଟିଂ
– ଟେଷ୍ଟିଂ ବଢାଇବା ସହ ସଂକ୍ରମଣ ଉପରେ ନଜର ରଖିବାକୁ ପରାମର୍ଶ
– କିଛି ରାଜ୍ୟରେ ଟେଷ୍ଟିଂ କମ୍ ହେଉଥିବାରୁ ଚିନ୍ତା ପ୍ରକଟ
– ଜିଲ୍ଲା ଓ ବ୍ଲକ ସ୍ତରରେ ଟେଷ୍ଟିଂରେ ବହୁତ ପାର୍ଥକ୍ୟ ରହିଛି
– କିଛି ରାଜ୍ୟ ର୍ୟାପିଡ୍ ଏଣ୍ଟିଜେନ୍ ଟେଷ୍ଟ ଉପରେ ନିର୍ଭର କରୁଛନ୍ତି
– ଦେଶରେ ଏପ୍ରିଲ ୧୦ ଓ ୧୧ରେ ସବୁ ହସ୍ପିଟାଲରେ କୋଭିଡ୍ ମକଡ୍ରିଲ କରାଯିବ
– ମୁକାବିଲା ପାଇଁ ସରକାରୀ ଓ ଘରୋଇ ହସ୍ପିଟାଲ କେତେ ପ୍ରସ୍ତୁତ ଅନୁଧ୍ୟାନ ହେବ
– ଆସନ୍ତାକାଲି ମକଡ୍ରିଲ ନେଇ ଗାଇଡ୍ଲାଇନ୍ ପ୍ରକାଶ ପାଇବ
– ଫେବ୍ରୁଆରୀ ୧୦ରୁ ୧୬ ପର୍ଯ୍ୟନ୍ତ ହାରାହାରି ଦୈନିକ ସଂକ୍ରମଣ ୧୦୮ ଥିଲା
– ମାର୍ଚ୍ଚ ୧୭ରୁ ୨୩ ମଧ୍ୟରେ ଦୈନିକ ହାରାହାରି ସଂକ୍ରମଣ ୯୬୬ ରହିଛି