କିଆରା ଓ ସିଦ୍ଧାର୍ଥଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା, ଭାଇରାଲ ହେଉଛି ବିବାହର ଟିଜର

115

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଏବେ ସବୁଠି ଷ୍ଟାର କପଲ  ନବ ବିବାହିତ କିଆରା ଆଡ଼ଭାନୀ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ବିବାହକୁ ନେଇ ଚର୍ଚ୍ଚା । ଏହାରି ମଧ୍ୟରେ ରିଲିଜ ହୋଇଛି ତାଙ୍କ ବିବାହର ଟିଜର । ଯାହା ଖୁବ ଭାଇରାଲ ହେବାରେ ଲାଗିଛି ।

 ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇ ଫିଲ୍ମ ଶେରଶାହାର ରିଲ ଯୋଡ଼ି କିଆରା ଆଡ଼ଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା ଏବେ ରିଅଲ ଯୋଡ଼ି ହୋଇଛନ୍ତି । ଦୁଇଦିନ ପରେ ସାମ୍ନାକୁ ଆସିଛି ବଲିଉଡ଼ କପଲଙ୍କ ବିବାହର ଏକ୍ଲ୍ୟୁସିଭ ଭିଡ଼ିଓ । ୪୦ ସେକେଣ୍ଡର ଭିଡ଼ିଓରେ ଅଭିନେତ୍ରୀ କ୍ରିଆରାଙ୍କ ଷ୍ଟେଜ ଏଂଟ୍ରି ସହ  ଗ୍ରାଣ୍ଡ ୱେଲକମ୍ ଦେଖିବାକୁ ମିଳିଛି ।  ବାହାଘର ପରେ କିଛି ଫଟୋ ଦେଖିବାକୁ ମିଳିଥିଲା କିନ୍ତୁ ଏବେ ଭିଡିଓ ରିଲିଜ ପରେ କିଛି ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ପ୍ରତିକ୍ଷାର ସହ ଅପେକ୍ଷା କରିଥିଲେ ପ୍ରଂଶସକ । ବଲିଉଡ ଗୀତର ତାଳେ ତାଳେ ଭିଡିଓ ପ୍ରସ୍ତୁତ ହୋଇଛି ଓ ଦେଖିବାକୁ ମିଳିଛି ଷ୍ଟାରଯୋଡିଙ୍କ ଖୁସିର ମୁହୁର୍ତ । ୟୁଟ୍ୟୁବରେ ଭିଡିଓ ରିଲିଜ ପରେ ଏହା ଭାଇରାଲ ହେବାରେ ଲାଗିଛି । ଫେବୃଆରୀ ୭ରେ କିଆରା ଓ ସିଦ୍ଧାର୍ଥ ରାଜସ୍ଥାନରେ ବିବାହ କରିବା ପରେ ଦିଲ୍ଲୀ ଫେରି ଆସିଛନ୍ତି । ଚର୍ଚ୍ଚା ହେଉଛି ଉଭୟ ଦିଲ୍ଲୀ ଓ ମୁମ୍ବାଇରେ ଗ୍ରାଣ୍ଡ ରିସେପସନ ପାର୍ଟିର ଆୟୋଜନ କରାଯିବ ।