ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ରାଜନୀତି ସରଗରମ, ସୁପ୍ରିୟା ସୁଲେ ଓ ପ୍ରଫୁଲ୍ଲ ପଟେଲ ହେଲେ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ

258

କନକ ବ୍ୟୁରୋ : କିଛିଦିନର ବିରତି ପରେ ପୁଣିଥରେ ଏନସିପିକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି । ଶରଦ ପାୱାର ଏନସିପି ଅଧ୍ୟକ୍ଷ ପଦ ଛାଡିବା ନେଇ ଚାଲିଥିବା ଚର୍ଚ୍ଚା ଟିକେ ଥମିବା ପରେ ଏବେ ପ୍ରଫୁଲ୍ଲ ପଟେଲ ଓ ସୁପ୍ରିୟା ସୁଲେଙ୍କୁ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଏନେଇ ନିଜେ ଶରଦ ପାୱାର ଘୋଷଣା କରିଛନ୍ତି । ସମାଚାର ଏଜେନ୍ସି ଏନେଇ ଶରଦ ପାୱାର ଘୋଷଣା କରୁଥିବାର ଏକ ଭିଡିଓ ଜାରି କରିଛି । ଏନସିପି ଗଠନର ୨୫ବର୍ଷ ପୂର୍ତ୍ତି ପାଳନ ଅବସରରେ ଶରଦ ପାୱାର ଏଭଳି ଘୋଷଣା କରିଛନ୍ତି ।

ସୂଚନା ଥାଉକି କିଛିଦିନ ତଳେ ଶରଦ ପାୱାର ପାର୍ଟିର ଅଧ୍ୟକ୍ଷପଦ ଛାଡିବା ନେଇ ଘୋଷଣା କରିଥିଲେ । ହେଲେ ଦଳର ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଅନୁରୋଧ କ୍ରମେ ସେ ତାଙ୍କର ଇସ୍ତଫାପତ୍ର ପ୍ରତ୍ୟାହାର କରିନେଇଥିଲେ ।