ସକାଳେ ବନ୍ଧୁଙ୍କ ଦେହାନ୍ତ ନେଇ ଲେଖିଥିଲେ ଶୋକବାର୍ତ୍ତା । ସନ୍ଧ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କଲେ ସେନ୍ ୱାର୍ଣ୍ଣ । 

349

କନକ ବ୍ୟୁରୋ: ଆରପାରିରେ କ୍ରିକେଟ ଜଗତର ସ୍ପିନ୍ ଯାଦୁଗର ସେନ୍ ୱାର୍ଣ୍ଣ । ଶୁକ୍ରବାର ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଥାଇଲାଣ୍ଡରେ ହୃଦଘାତ ପରେ ସେନ୍ ୱାର୍ଣ୍ଣଙ୍କ ପରଲୋକ ଘଟିଛି । ଯାହା ଫଳରେ କ୍ରିକେଟ ଜଗତ ନିଜର ଜଣେ କିମ୍ବଦନ୍ତୀ ଖେଳାଳିଙ୍କୁ ହରାଇଛି ।

ତେବେ ମୃତ୍ୟୁର କିଛି ସମୟ ପୂର୍ବରୁ ଜଣେ କ୍ରିକେଟରଙ୍କ ଦେହାନ୍ତ ନେଇ ଶୋକବାର୍ତ୍ତା ଲେଖିଥିଲେ ସେନ୍ ୱାର୍ଣ୍ଣ  । ହେଲେ ଏହି ଟୁଇଟ୍ କରିବାର ମାତ୍ର କିଛି ଘଣ୍ଟା ପରେ ସେ ନିଜେ ଆରପାରିକୁ ଚାଲିଯାଇଛନ୍ତି । ମାର୍ଚ୍ଚ ୪ ତାରିଖ ସକାଳ ୭ଟା ୨୩ ମିନିଟରେ ସେନ୍ ୱାର୍ଣ୍ଣ  ଟୁଇଟ୍ କରି ରଡ୍ ମାର୍ଶଙ୍କ ଦେହାନ୍ତରେ ଶୋକପ୍ରକାଶ କରିଥିଲେ । ସେ ଅନେକ ଯୁବ ଖେଳାଳିଙ୍କ ପାଇଁ ପ୍ରେରଣା ଥିଲେ ବୋଲି ସେ ଲେଖିଥିଲେ । ଆଉ ଶେଷରେ ରିପ୍ ଲେଖି ନିଜ ବନ୍ଧୁଙ୍କୁ ବିଦାୟ ଦେଇଥିଲେ । ହେଲେ ସେହି ଦିନରେ ତାଙ୍କର ମଧ୍ୟ ଦେହାନ୍ତ ଘଟିଯାଇଛି ।

ତେବେ ୫୨ ବର୍ଷ ବୟସରେ ଆଖି ବୁଜିଛନ୍ତି ଏହି କିମ୍ବଦନ୍ତୀ କ୍ରିକେଟର । ଥାଇଲାଣ୍ଡରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ନେଇ ସୂଚନା ରହିଛି । ସେ ଅଷ୍ଟ୍ରେଲିଆ ପକ୍ଷରୁ ୧୪୫ ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୩,୧୫୪ ରନ କରିଛନ୍ତି । ସେହିପରି ୧୯୪ ଦିନିକିଆ ମ୍ୟାଚ ଖେଳି ୧୦୧୮ ରନ କରିଛନ୍ତି । ସେ ଆଇପିଏଲ ମ୍ୟାଚ ମଧ୍ୟ ଖେଳିଛନ୍ତି ।