ଦୁବାଇର ବୁର୍ଜ ଖଲିଫାରେ ପ୍ରଦର୍ଶିତ ହେଲା ଚଳଚିତ୍ର ଯୱାନର ଟ୍ରେଲର । ରିଲିଜ ପୂର୍ବରୁ ରେକର୍ଡ ଭାଙ୍ଗୁଛି ଚଳଚିତ୍ର ଯୱାନ

184

କନକ ବ୍ୟୁରୋ : ଦୁବାଇର ବୁର୍ଜ ଖଲିଫାରେ ପ୍ରଦର୍ଶିତ ହେଲା ସିନେମା ଯବାନର ଟ୍ରେଲର । ମୁକ୍ତିଲାଭ ଅପେକ୍ଷାରେ ଥିବା ଚଳଚିତ୍ର ଯବାନର ଟ୍ରେଲର ବୁର୍ଜ ଖଲିଫାରେ ପ୍ରଦର୍ଶିତ କରାଯାଇଛି । ଏହାକୁ ଦେଖିବା ପାଇଁ ପାଖାପାଖି ୩୦ହଜାର ଦର୍ଶକ ଉପସ୍ଥିତ ରହିଥିଲେ । ଯବାନରେ ମୁଖ୍ୟ ଭୁମିକାରେ ଶାହାରୁଖ ଖାନ, ନୟନତାରାଙ୍କ ଅଭିନୟ ରହିଥିବାବେଳେ ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ବିଜୟ ସେତୁପତି, ଦୀପିକା ପାଦୁକୋଣ ଓ ସାନ୍ୟା ମାଲୋହ୍ରୋତାଙ୍କ ଅଭିନୟ ରହିଛି । ଅନ୍ୟପଟେ ରିଲିଜ ପୂର୍ବରୁ ଫିଲ୍ମ ସମସ୍ତ ରେକର୍ଡ ଭାଙ୍ଗୁଛି ଫିଲ୍ମ । ଦେଶବିଦେଶରେ ଚାଲିଛି ଫିଲ୍ମର ନନଷ୍ଟପ ଆଡଭାନ୍ସ ବୁକିଂ । ମୁମ୍ବାଇ ଓ ଦିଲ୍ଲୀ ପରି ମେଟ୍ରୋ ସିଟିରେ ଗୋଟିଏ ଲେଖାଏଁ ଟିକେଟ ୨୩ଶହ ଟଙ୍କାରୁ ଅଢେଇ ହଜାର ଟଙ୍କାରେ ଆଡଭାନ୍ସ ବୁକିଂ କରଯ।।ଇଛି । । ସିନେସମୀକ୍ଷକଙ୍କ ମତରେ ରିଲିଜର ପ୍ରଥମ ଦିନରେ ଯବାନ ୭୦କୋଟି ଟଙ୍କାର ବକ୍ସ ଅଫିସ ଆୟ କରି ସମସ୍ତ ରେକର୍ଡ ଭାଙ୍ଗିପାରେ । ଅଟଲିଙ୍କ ନିର୍ଦ୍ଦେଶିତ ଯୱାନ ସେପ୍ଟେମ୍ବର ୭ରେ ରିଲିଜ ହେବ ।