ବଢିଲା ନୌସେନାର ଶକ୍ତି । ସେନାରେ ସାମିଲ ହେଲା ଯୁଦ୍ଧ ଜାହାଜ ଆଇଏନଏସ ମହେନ୍ଦ୍ରଗିରୀ

111

କନକ ବ୍ୟୁରୋ : ବଢିଲା ଭାରତୀୟ ସେନାର ଶକ୍ତି । ନୌସେନାରେ ସାମିଲ ହେଲା ଯୁଦ୍ଧ ଜାହଜ ଆଇଏନଏସ ମହେନ୍ଦ୍ରଗିରି । ଉପରାଷ୍ଟ୍ରପତି ଜଗଦୀପ ଧନଖେଡେଙ୍କ ଉପସ୍ଥିତିରେ ସେନାରେ ଏହି ଯୁଦ୍ଧ ଜାହଜକୁ ସାମିଲ କରାଯାଇଛି । ମୁମ୍ବାଇର ମାଝାଂଗାଓଁ ଡକସିଫୟାଡ ଲିମିଟେଡ ଏହାକୁ ନିର୍ମାଣ କରିଛି । ଆଇଏନଏସ ମହେନ୍ଦ୍ରଗିରୀର ଏହା ହେଉଛି ୭ମ ସଂସ୍କରଣ । ଅତ୍ୟାଧୁନିକ କୌଶଳରେ ଏହାର ନିର୍ମାଣ କରାଯାଇଛି । ବିକଶିତ କୌଶଳରେ ନିର୍ମିତ ଯୁଦ୍ଧ ଜାହଜରେ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ଓ ସେନସର ଲଗାଯାଇଛି । ଭାରତର ଆତ୍ମନିର୍ଭର ଯୋଜନା ଏହା ନୂଆ ଭେଟି ଅଟେ ।