ରାଜନୈତିକ ଅସ୍ଥିରତା ଭିତରେ ହିମାଚଳରେ ପୁଣି ହଲଚଲ । ଫେସବୁକରୁ କଂଗ୍ରେସ ନାଁ ହଟାଇଲେ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ

120

କନକ ବ୍ୟୁରୋ : ହିମାଚଳରେ ପୁଣି ହଲଚଲ । କ୍ୟାବିନେଟମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ନିଜ ଫେସବୁକ ଆକାଉଁଟର କଂଗ୍ରେସ ନାଁ ହଟେଇବା ପରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । କଂଗ୍ରେସ ନାଁ ହଟାଇ ବିକ୍ରମାଦିତ୍ୟ ଲେଖିଛନ୍ତି ସେ ହିମାଚଳର ସେବକ । ଯଦିଓ ଇସ୍ତଫା ପ୍ରତ୍ୟାହାର କରି ନେଇଛନ୍ତି କ୍ୟାବିନେଟମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ତଥାପି ସୁଖୁ ସରକାରଙ୍କ ଆସନ ଏବେବି ଟଳମଳ ସ୍ଥିତିରେ ରହିଥିବା କୁହାଯାଉଛି । ସେପଟେ ଦିଲ୍ଲୀ ଯାଇ ଅଯୋଗ୍ୟ ବିଧାୟକଙ୍କୁ ବିକ୍ରମାଦିତ୍ୟ ଭେଟିବା ପରେ ନୂଆ ଚର୍ଚ୍ଚା ଜୋର ଧରିଛି । ବିକ୍ରମାଦିତ୍ୟ ନୂଆ ଦଳ ଘୋଷଣା କରିପାରନ୍ତି । ଏଥିପାଇଁ କଂଗ୍ରେସର କିଛି ଓ ଅଯୋଗ୍ୟ ବିଧାୟକଙ୍କ ସହ ଯୋଗାଯୋଗରେ ସେ ଅଛନ୍ତି । ସେପଟେ ବିଦ୍ରୋହୀ ବିଧାୟକ ରାଜେନ୍ଦ୍ର ରାଣା ଦାବି ମଧ୍ୟ ଚର୍ଚ୍ଚାକୁ ଜୋର କରିଛି । ଖୁବ ଶିଘ୍ର ସୁଖୁ ସରକାର ଭାଙ୍ଗିବା ନେଇ ସେ ଦାବି କରିଛନ୍ତି । ରାଜ୍ୟସଭା ନିର୍ବାଚନ ଫଳାଫଳ ବାହାରିବା ପରେ ବିକ୍ରମାଦିତ୍ୟ ସିଂ ପଦରୁ ଇସ୍ତଫା ଦେଇଥିଲେ । ବିକ୍ରମାଦିତ୍ୟ, ତାଙ୍କ ପରିବାର ଓ ଅନ୍ୟ କିଛି ବିଧାୟକଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ପାତରଅନ୍ତର କରିଥିବା ଅଭିଯୋଗ ସେ ଆଣିଥିଲୋ । ତେବେ ସଙ୍କଟରେ ଥିବା ସରକାରକୁ କଳେବଳେ କୌଶଳରେ ବଂଚାଇବା ପାଇଁ ଦିଲ୍ଲୀରୁ ହାଇକମାଣ୍ଡ ପର୍ଯ୍ୟବେକ୍ଷକ ଟିମ ପଠାଇବା ପରେ ଘଟଣା ଶାନ୍ତ ପଡିଥିଲା ।ସେପଟେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ପ୍ରତିଭା ସିଂଙ୍କ ବିଜେପି ଓ ମୋଦୀଙ୍କ କାର୍ଯ୍ୟଶୈଳିକୁ ପ୍ରଂଶସା କରିବା , ଅଯୋଗ୍ୟ ଘୋଷିତ ବିଧାୟକଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ ।