ଦେଶରୁ ହଟିଯିବ ଦେଶଦ୍ରୋହ ମାମଲା! ମୃତ୍ୟୁଦଣ୍ଡାଦେଶ ବଦଳିଯିବ ଆଜୀବନ କାରାଦଣ୍ଡ ।

260

କନକ ବ୍ୟୁରୋ: ବଦଳିଯିବ ବ୍ରିଟିଶ ଆଇନ । ଦେଶରୁ ହଟିବ ଆଇପିସି, ସିଆରପିସି ଏବଂ ଆଇଇଏ । ଏହାକୁ ନେଇ ଲୋକସଭାରେ ତିନୋଟି ବିଲ୍ ଆଗତ କରିଛନ୍ତି କେନ୍ଦ୍ର ସରକାର । ଭାରତୀୟ ନ୍ୟାୟ ସଂହିତା ୨୦୨୩, ଭାରତୀୟ ନାଗରୀକ ସୁରକ୍ଷା ସଂହିତା -୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ବିଧେୟକ -୨୦୨୩ ବିଲକୁ ଆଜି ଲୋକସଭାରେ ଆଗତ କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ତିନୋଟି ନୂଆ ବିଲ ଆଗତ କରିଛନ୍ତି । ଏହି ନୂଆ ଆଇନ ଲାଗୁହେଲେ ହଟିଯିବ ରାଜଦ୍ରୋହ ଆଇନ୍ । ଏଥିରେ ଅପରାଧିକ ନ୍ୟାୟ ପ୍ରଣାଳୀ ସମ୍ପୂର୍ଣ୍ଣ ବଦଳାଇ ଦିଆଯାଇଛି ।