ବିନା ଶୁକ୍ରାଣୁ ଓ ଗର୍ଭାଶୟରେ ଭ୍ରୃଣ ସୃଷ୍ଟି କଲେ ବୈଜ୍ଞାନିକ । ଆକସ୍ମିକ ଗର୍ଭପାତ, ବନ୍ଧ୍ୟାତ୍ୱ ଗବେଷଣା କ୍ଷେତ୍ରରେ ହେବ ସହାୟକ

253

କନକ ବ୍ୟୁରୋ : ମଣିଷ ଭ୍ରୃଣ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକଙ୍କୁ ବଡ଼ ସଫଳତା ମିଳିଛି । ବିନା ସ୍ପର୍ମ, ଅଣ୍ଡା ବିନା ଗର୍ଭାଶୟରେ ଭ୍ରୃଣ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ବୈଜ୍ଞାନିକ । ଇସ୍ରାଇଲର ୱାଇଜମ୍ୟାନ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସର ଗବେଷକ ଟିମକୁ ଏହି ସଫଳତା ମିଳିଛି । ପ୍ରଫେସର ଜାକୋବ ହାନାଙ୍କ ନେତୃତ୍ୱରେ ରିସର୍ଚ ଟିମ୍ ଏଭଳି ଭ୍ରୃଣ ସୃଷ୍ଟି କରିଥିବା ଦାବି କରିଛନ୍ତି । ଲ୍ୟାବରେ ଷ୍ଟିମ ସେଲରୁ ମଣିଷ ଭ୍ରୃଣ ଭଳି ସମ୍ପୁର୍ଣ୍ଣ ମଡେଲ ପ୍ରସ୍ତୁତ କରିଥିବା ସେମାନେ ଦାବି କରିଛନ୍ତି ।

ୱାଇଜମ୍ୟାନ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସର ଗବେଷଣାରତ ଟିମ୍ ବିନା ଗର୍ଭାଶୟରେ ୧୪ ଦିନ ମଧ୍ୟରେ ଏଭଳି ଭ୍ରୃଣ ତିଆରି କରିଛନ୍ତି । ପୂର୍ବରୁ କରାଯାଇଥିବା ଗବେଷଣା ତୁଳନାରେ ଏଥିରେ ଭିନ୍ନ ପ୍ରକିୟା ଅବଲମ୍ବନ କରାଯାଇଛି । ପୂର୍ବରୁ କରାଯାଇଥିବା ଜେନେଟିକାଲ ରୁପାନ୍ତରିକରଣ ପରିବର୍ତେ ରାସାୟନିକ ରୁପାନ୍ତରିକଣ ଦ୍ୱାରା ଭ୍ରୃଣ ସୃଷ୍ଟି କରାଯାଇଛି । ଯାହା ଅନୁରୁପ ଭାବେ ମଣିଷ ଭ୍ରୃଣ ଭଳି ଦେଖାଯାଉଛି । ଏହା ଆକସ୍ମିକ ଗର୍ଭପାତ, ଜନ୍ମଗତ ତ୍ରୁଟି, ବନ୍ଧ୍ୟାତ୍ୱ ଗବେଷଣା କ୍ଷେତ୍ରରେ ଅଧିକ ସହାୟକ ହୋଇପାରିବ ବୋଲି କୁହାଯାଉଛି ।

ଗବେଷକମାନେ ପ୍ରାରମ୍ଭିକ ସ୍ତରରେ ଶରୀରର ଟିସୁର ବିକାଶ କରୁଥିବା ସେଲଗୁଡିକୁ ନେଇ ମଡେଲ ପ୍ରସ୍ତୁତ କରିଛନ୍ତି । ଯେଉଁ ମଡେଲ ଅନୁଯାୟୀ ୧୪ ଦିନରେ ଭ୍ରୃଣ ସୃଷ୍ଟି କରିଛନ୍ତି । କିନ୍ତୁ ଏହି ଭ୍ରୃୃଣ ଭଳି ଦେଖାଯାଉଥିଲେ ମଧ୍ୟ ଏହା ବାସ୍ତବ ମଣିଷ ଭ୍ରୃଣ ନୁହେଁ । ହେଲେ ମଣିଷ ଭ୍ରୃଣ ସହ ଏଥିରେ ସାମଞ୍ଜସ୍ୟ ରହିଛି ।