ଅସହ୍ୟ ଖରା ପାଇଁ ୪ ଜିଲ୍ଲାରେ ବଦଳିଲା ସ୍କୁଲ ସମୟ । ଜାଣନ୍ତୁ, କେଉଁ ଜିଲ୍ଲାରେ ବଦଳିଲା ସ୍କୁଲ ସମୟ?

3,672

କନକ ବ୍ୟୁରୋ: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଆଜି ବି ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଅଛି । ଅସହ୍ୟ ଖରାକୁ ଦୃଷ୍ଟିରେ ରଖି ଅନୁଗୁଳ, ସୁନ୍ଦରଗଡ, ନବରଙ୍ଗପୁର ଏବଂ କନ୍ଧମାଳ ଜିଲ୍ଲାରେ ସ୍କୁଲ ସମୟ ବଦଳିଛି । ଏଠାରେ ସକାଳ ୬.୩୦ରୁ ସାଢେ ୧୦ଟା ଯାଏଁ ଚାଲିବ ପାଠପଢା । ଏ ନେଇ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରିଛନ୍ତି ସଂପୃକ୍ତ ୪ ଜିଲ୍ଲାର ଜିଲ୍ଲ୍ାପାଳ । ପୂର୍ବରୁ ସକାଳ ୭ଟାରୁ ଦିନ ସାଢେ ୧୧ଟା ଯାଏଁ ପାଠପଢା ହେଉଥିଲା । ଅନୁଗୁଳରେ ଆଜି ତାପମାତ୍ରା ୪୩.୫ ଡିଗ୍ରୀ ରହିଛି । ସୁନ୍ଦରଗଡରେ ୪୦.୮ ଓ ଫୁଲବାଣୀରେ ବି ତାପମାତ୍ରା ୪୧.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଏହି ଜିଲ୍ଲାଗୁଡିକରେ ତାପମାତ୍ରା ବଢୁଥିବାରୁ ସ୍କୁଲଗୁଡିକର ପାଠପଢା ସମୟରେ ପରିବର୍ତ୍ତନ କରାଯାଇଛି ।