ଆମେରିକା ଉପରେ ଖପ୍ପା ସାଉଦୀ କ୍ରାଉନ୍ ପ୍ରିନ୍ସ ମୋହମ୍ମଦ ବିନ୍ ସଲମାନ୍! ବିଦେଶ ମନ୍ତ୍ରୀ ବ୍ଲିଙ୍କନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରାଇଲେ ।

231

କନକ ବ୍ୟୁରୋ: ଇସ୍ରାଏଲ ଉପରେ ହମାସର ଆକ୍ରମଣ ବିରୋଧରେ ସମର୍ଥନ ହାସଲ କରିବା ପାଇଁ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ସାଉଦୀ ମୁଖ୍ୟଙ୍କୁ ଭେଟିବାକୁ ଯାଇଥିଲେ । ହେଲେ ଏପରି କିଛି ଘଟଣା ହେଲା ଯାହା ଏବେ ଚର୍ଚ୍ଚାର ବିଷୟ । ବୈଠକ ହେବା ପୂର୍ବରୁ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ (ଏମବିଏସ)ଙ୍କ ସହ ସାକ୍ଷାତ ପାଇଁ ବ୍ଲିଙ୍କେନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ତେଣୁ ବୋଧହୁଏ ପ୍ରିନ୍ସ ଆମେରିକା ଉପରେ ଖପ୍ପା ଅଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ଗଣମାଧ୍ୟମ ରିପୋର୍ଟ ମୁତାବକ, ଇସ୍ରାଏଲ ଉପରେ ହାମାସର ଆକ୍ରମଣ ବିରୋଧରେ ସମର୍ଥନ ହାସଲ କରିବା ପାଇଁ ବ୍ଲିଙ୍କେନଙ୍କ ଉଦ୍ୟମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା ଏହି ବୈଠକ। ବୈଠକ ସ୍ଥଗିତ ରହିବା ଏବଂ ଯୁଦ୍ଧ ବୃଦ୍ଧି କୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥିଲେ ବି ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ସହ ତାଙ୍କର ଆଲୋଚନା ଅତ୍ୟନ୍ତ ଫଳପ୍ରଦ ବୋଲି ବ୍ଲିଙ୍କେନ୍ ସାମ୍ବାଦିକମାନଙ୍କୁ କହିଛନ୍ତି।