ବିଧାନସଭା ସାମ୍ନାରେ ନୁହେଁ ସଂସଦ ସାମ୍ନାରେ ଧାରଣା ଦେଉ ରାଜ୍ୟ ବିଜେପି । ଏମିତି ହେଲେ ହିଁ କେନ୍ଦ୍ରର ନିଦ ଭାଙ୍ଗିବ, ଚେତା ଫେରିବ : ସସ୍ମିତ ପାତ୍ର

101

କନକ ବ୍ୟୁରୋ : ବିଭିନ୍ନ ପ୍ରସଙ୍ଗରେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ବିଜେପି ଆସନ୍ତାକାଲି ଠାରୁ ବିଧାନସଭା ସାମ୍ନାରେ ସତ୍ୟାଗ୍ରହ କରିବାକୁ ଡାକରା ଦେଇଛି । ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନିଦ ନ ଭାଙ୍ଗିଛି ବିଧାନସଭା ସାମ୍ନାରେ ଆନ୍ଦୋଳନ କରିବ ବିଜେପି । ରାଜ୍ୟ ସରକାର ନ ଚେତିଲେ ଭୟାବହ ଆନ୍ଦୋଳନ ହେବ ବୋଲି ବିଜେପି ଚେତାବନୀ ଦେବା ପରେ ଏହାର ଜବାବ ରଖିଛି ବିଜେଡି ।

ସାମ୍ବାଦିକ ସମ୍ମିଳୀରେ ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ବିଧାନସଭା ଘେରାଉ ପରିବର୍ତ୍ତେ ସଂସଦ ସାମ୍ନାରେ ବସୁ ରାଜ୍ୟ ବିଜେପି। କେନ୍ଦ୍ରରେ କାହା ସରକାର ଅଛି ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ। ଚାଷୀ ପ୍ରସଙ୍ଗରେ ଏଠି ଧାରଣା ନ ଦେଇ ସାଂସଦ ସାମ୍ନାରେ ଧାରଣା ଦେଲେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିବ। ଧାନ ସଂଗ୍ରହ,ଚାଉଳ ଉଠାଣ, ଏମଏସପି,ଚାଷ ବୀମା ଆଦି ପ୍ରସଙ୍ଗରେ କେନ୍ଦ୍ର ସରକାର ନିଷ୍ପତି ନିଅନ୍ତି । ତେଣୁ ସଂସଦ ସାମ୍ନାରେ ବିଜେପି ଧାରଣା ଦେଲେ କେନ୍ଦ୍ରର ନିଦ ଭାଙ୍ଗିବ ବୋଲି ସସ୍ମିତ କହିଛନ୍ତି ।

ଏହାସହ ସସ୍ମିତ କହିଛନ୍ତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ କରିବାକୁ ବିଧାସଭାରେ ସର୍ବସମ୍ମତି କ୍ରମେ ସଂକଳ୍ପ ପାରିତ ହୋଇଥିଲା। ଯଦି ବିଜେପି ବିଧାୟକ ମାନେ ସର୍ବସମ୍ମତି କ୍ରମେ ରାଜି ହୋଇଥିଲେ କୁଆଡେ ଗଲା ଏହି ପ୍ରସଙ୍ଗ। ସେ ପ୍ରଶ୍ନ ଓ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ସାଂସଦ ସାମ୍ନାରେ ଧାରଣା ଦିଅନ୍ତୁ। ସରକାରକୁ ଆସିଲେ ଏମ ଏସ ପି ଦେଢ଼ ଗୁଣା କରିବାକୁ କହିଥିଲେ କୁଆଡେ ଗଲା । ଚାଷୀ ମାନେ ଜାଣିଗଲେଣି ବିଜେପି ଚିନ୍ତା ଧାରା ଚାଷୀ ବିରୋଧୀ। ପ୍ରତି ପ୍ରସଙ୍ଗରେ କୃଷି ବିରୋଧୀ ବିଜେପି। ବିଜେପିର ପ୍ରହେଳିକା ଚାଷୀ ବୁଝି ସାରିଲେଣି। ତେଣୁ ଦୋଷ ଘୋଡାଇବାକୁ ଏପରି ନାଟକ ବିଜେପି କରୁଛି ବୋଲି ସସ୍ମିତ କହିଛନ୍ତି ।