ଅଙ୍ଗେନିଭା କଥା ପ୍ରକାଶ କଲେ ଅଭିନେତା ସଂଜୟ ଦତ୍ତା କହିଲେ କେମିତି ଲଢିଥିଲେ , କେମିତି ପାଇଥିଲେ ସାହସ

392

କନକ ବ୍ୟୁରୋ : ବିଗତ ୩ବର୍ଷ ତଳର କଥା । ହଠାତ ଖବର ପହଁଚେ ବଲିଉଡର ଲୋକପ୍ରିୟ ଅଭିନେତା ସଂଜୟ ଦତ କ୍ୟାନସରରେ ପୀଡିତ ଅଛନ୍ତି । ନିଆଁ ବେଗରେ ବ୍ୟାପିଗଲା ଖବର । ସଂଜୟଙ୍କ ପ୍ରଶଂସକ ଓ ପରିବାରକୁ ଝଟକା ଦେଇଥିଲା କ୍ୟାନସର ଖବର । ତେବେ ୩ବର୍ଷ ପରେ ପ୍ରଥମ ଥର ପାଇଁ ଅଭିନେତା ସେହି ସମୟର କଷ୍ଟ, ଅନୁଭୂତି ଓ କିଭଳି ସେ କର୍କଟ ରୋଗରୁ ମୁକୁଳିଲେ ସେକଥା ପ୍ରକାଶ କରିଛନ୍ତି ।

ହଠାତ କର୍କଟ ରୋଗରେ ପୀଡିତ ହେବା ପରେ ସଂଜୟ ଦତ ଭାଙ୍ଗିପଡିଥିଲେ ଓ ଚିକିତ୍ସା ବଦଳରେ ମୃତ୍ୟୁକୁ ଶ୍ରେୟ ମଣିଥିଲେ । ତେଣୁ ମନେ ମନେ ଚିନ୍ତା କରିଥିଲେ କେମୋ ଥେରାପି କିମ୍ବା ଅନ୍ୟ କୌଣସି ଚିକିତ୍ସା କରିବେନି ଓ ମୃତ୍ୟୁକୁ ସ୍ୱିକାର କରିବେ ।

କର୍କଟରୋଗ ଓ ଚିକିତ୍ସା ଯାତ୍ରା ବିଷୟରେ କହିବା ସମୟରେ ସଂଜୟ ଏକଥା ମଧ୍ୟ କହିଛନ୍ତି ନିଜର ଦୁଇଜଣ ପ୍ରିୟ ସର୍ମ୍ପକୀୟ ତଥା ମା ଏବଂ ପତ୍ନୀଙ୍କୁ କ୍ୟାନସରରେ ମୃତ୍ୟୁବରଣ କରିଥିବା ଦେଖିଥିଲେ ଓ ଏହା ତାଙ୍କୁ ବେଶ କଷ୍ଟ ଦେଇଥିଲା । ତେଣୁ କେମୋ ଥେରାପି ନେବେନି ବୋଲି ସ୍ଥିର କରିଥିଲେ । କିନ୍ତୁ ପରିବାରର ଅନୁରୋଧ ପରେ ସେ ଚିକିତ୍ସା ପାଇଁ ରାଜି ହୋଇଥିଲେ ।

ସଂଜୟ ଦତ ବଲିଉଡରେ ସଂଜୁ ବାବ ନାଁରେ ଜଣାଶୁଣା । ତାଙ୍କ ଅଭିନୟ ଠୁ ନେଇ ଅଦାକାରୀ ସବୁ ବର୍ଗର ପ୍ରଂଶସଙ୍କ ମନ ଛୁଏଁ । କ୍ୟାନସର ରୋଗରେ ପୀଡିତ ଥିବା ସମୟରେ ମଧ୍ୟ ନିଜ କାମକୁ ଗୁରୁତ୍ୱ ଦେଇ ସଂଜୟ ଚିକିତ୍ସା ସହ ସୁଟିଂ ଜାରି ରଖିଥିଲେ । ବର୍ତମାନ ଦୁନିଆ ସାମ୍ନାକୁ ଆସି କର୍କଟ ରୋଗ ବିରୋଧରେ କିଭଳି ସେ ଲଢେଇ କରିଥିଲେ ସେକଥା କେବଳ ପ୍ରକାଶ କରି ନାହାଁନ୍ତି ବଂର ଅନ୍ୟ କର୍କଟ ରୋଗୀଙ୍କୁ ପାଇଁ ପ୍ରେରଣା ମଧ୍ୟ ପାଲଟିଛନ୍ତି ।