ସମଲିଙ୍ଗୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ମିଳିଲାନି ବିବାହକୁ ସୀକୃତି । ସିଜେଆଇ କହିଲେ, ଆଇନ ତିଆରି କରିପାରିବ ନାହିଁ କୋର୍ଟ

117

କନକ ବ୍ୟୁରୋ : ସମଲିଙ୍ଗୀ ବିବାହକୁ ନେଇ ଆଇନ ଗଢିବା କ୍ଷମତା କୋର୍ଟଙ୍କ ନିକଟରେ ନାହିଁ । ହେଲେ ସେମାନଙ୍କୁ ବିବାହ ପାଇଁ ଅନୁମତି ମିଳିବା ଉଚିତ । ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣିବେଳେ କିଛି ଏଭଳି ମତ ରଖିଛନ୍ତି ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ । ସମଲିଙ୍ଗୀ ସମ୍ପର୍କକୁ ନେଇ ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତେବେ କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ସମର୍ଥନ କରୁ ନାହାଁନ୍ତି ।

ସମଲିଙ୍ଗୀଙ୍କ ଦାବି କ’ଣ?
– ୧୮ଟି ସମଲିଙ୍ଗୀ ଯୁଗଳ ସୁପ୍ରିମକୋର୍ଟରେ କରିଥିଲେ ଆବେଦନ
– ସମଲିଙ୍ଗୀ ବିବାହକୁ ଆଇନ ସ୍ୱୀକୃତ କରିବାକୁ ଆବେଦନ
– ସାଧାରଣ ଦମ୍ପତିଙ୍କ ଭଳି ଜୀବନ ବିତାଇବାକୁ ମିଳୁ ଅନୁମତି
– ପୋଷ୍ୟ ସନ୍ତାନ ଗ୍ରହଣ ବେଳେ ସମସ୍ୟା ନହେଉ
– ସମ୍ପତ୍ତି କିଣିବାବେଳେ ଆଇନ ଗତ ସମସ୍ୟା ନରହୁ
– ସମାଜରେ ମୁଣ୍ଡ ଟେକି ବଂଚିବାର ଅଧିକାର ମିଳୁ

କେଉଁ ଦେଶରେ ସମଲିଙ୍ଗୀ ବିବାହକୁ ମିଳିଛି ସ୍ୱୀକୃତି?
– ବିଶ୍ୱର ୩୪ଟି ଦେଶରେ ସମଲିଙ୍ଗୀ ବିବାହ ବ୍ୟବସ୍ଥା
– ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ, ଜର୍ମାନୀ ଏବଂ ବ୍ରାଜିଲ ଦେଶରେ ଏହା ଆଇନ ସମ୍ମତ
– ୬୪ଟି ଦେଶରେ ସମଲିଙ୍ଗୀ ବିବାହ ଓ ସମ୍ପର୍କକୁ ବେଆଇନ୍ ଧରାଯାଏ
– ଆଫ୍ରିକା ମହାଦେଶର ଅଧିକାଂଶ ଦେଶରେ ଏହା ଅପରାଧିକ ମାମଲା ଭାବେ ବିଚାର କରାଯାଏ
– ପାକିସ୍ତାନ ଓ ଆଫଗାନିସ୍ତାନରେ ସମଲିଙ୍ଗୀ ସମ୍ପର୍କ ପାଇଁ ମୃତ୍ୟୁ ଦଣ୍ଡାଦେଶ
– ୨୦୧୮ରେ ସମଲିଙ୍ଗୀ ସଂପର୍କକୁ ଅନୁମତି ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ
– ଏହା ପୂର୍ବରୁ ଭାରତରେ ବି ଅପରାଧ ଭାବେ ଧରାଯାଉଥିଲା

ସମଲିଙ୍ଗୀ ବିବାହକୁ ଆଇନ ସ୍ୱୀକୃତି ମିଳୁ ବୋଲି ଦେଶର ବିଭିନ୍ନ ହାଇକୋର୍ଟରେ ଆବେଦନ ହୋଇଥିଲା । ଗତ ବର୍ଷ ଡିସେମ୍ବର ମାସରେ ସବୁ ମାମଲା ସୁପ୍ରିମକୋର୍ଟକୁ ଫରୱାର୍ଡ କରାଯାଇଥିଲା । ପରେ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ମାଗିଥିଲେ ସର୍ବୋଚ୍ଚ ନାୟାଳୟ । ଗତ ମେ ୧୧ ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ ।