ଏଥର ବି ସାଧାରଣତନ୍ତ୍ର ଦିବସରେ ଦେଖିବାକୁ ମିଳିବ ‘ଡେୟାର ଡେଭିଲ୍ସ’ର ଜଲୱା । ଭୁବନେଶ୍ୱରରେ ଧୂମ ମଚାଇବେ ମହିଳା ବାଇକର

ମିଜାଇଲ ମଡେଲ ଓ କମାଣ୍ଡ ସାଲ୍ୟୁଟ ମୁଖ୍ୟ ଆକର୍ଷଣ

109

କନକ ବ୍ୟୁରୋ: ପ୍ରତିବର୍ଷ ଭଳି ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ବି ଦେଖିବାକୁ ମିଳିବ ଡେୟାର ଡେଭିଲ୍ସ ଶୋହ ଜଲୱା । ଭୁବନେଶ୍ୱରର ଲୋୟର ପିଏମଜିରେ ଧୂମ ମଚାଇବେ ମହିଳା ବାଇକର । ଏଥିପାଇଁ କଳିଙ୍ଗ ଷ୍ଟାଡିୟମରେ ଚାଲିଛି ଜୋରଦାର ପ୍ରସ୍ତୁତି । ଏଠାରେ ୪୧ ଜଣ ମହିଳା ଏକାଠି ହୋଇ ଅଭ୍ୟାସ କରୁଛନ୍ତି । ଏଥର ‘ମିସାଇଲ ମଡେଲ ଓ କମାଣ୍ଡ ସାଲ୍ୟୁଟ ସଲୋ’ ଭଳି ଦୁଃସାହସିକ ଖେଳ ପ୍ରଦର୍ଶନ କରାଯିବ । ଯାହାକି ସମସ୍ତଙ୍କ ନଜର ଆକର୍ଷିତ କରିବ ।

ବ୍ରହ୍ମୋସ ମିସାଇଲ ମଡେଲ ଧରି ଦୁଇଜଣ ପ୍ରଥମେ ଲୋୟର ପିଏମଜିରେ ଆଗକୁ ବଢିବେ । ଏମାନଙ୍କୁ ସୁରକ୍ଷା ଦେଇ ୫ଟି ବାଇକରେ ୪୧ ଜଣ ମହିଳା ଆଗକୁ ଯିବେ । ପଛକୁ ପଛ ୬୧ ଜଣ ପୁରୁଷ ୫ଟି ବୁଲେଟରେ ପିରାମିଡ ହୋଇ ଅଖଣ୍ଡ ଭାରତର ବାର୍ତା ଦେବେ । ପୂର୍ବରୁ ଏଥିରେ ମହର୍ଷି କଲେଜ ଛାତ୍ରଛାତ୍ରୀ ଭାଗ ନେଉଥିଲେ । ଏଥର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରୁଛନ୍ତି । ଆଉ କଳିଙ୍ଗ ଷ୍ଟାଡିୟମରେ ଚାଲିଛି ଅଭ୍ୟାସ ।

 

ତେବେ ଗୋଟିଏ ବୁଲେଟ୍ ଓ ୪ଟି ହୋଣ୍ଡା ସାଇନରେ ୪୧ ଜଣ ମହିଳା ଦୁଃସାହସୀକ କ୍ରୀଡା ଅଭ୍ୟାସ କରୁଛନ୍ତି । ସେହିପରି ପୁରୁଷ ବର୍ଗରେ ଚଳିତ ଥର ୫ଟି ବୁଲେଟରେ ୬୧ ଜଣ ପୁରୁଷ ନିଜର ସୁଜନଶୀଳତାର ପରାକାଷ୍ଠ ପ୍ରଦର୍ଶନ କରିବେ । ସାଧାରଣ ଦିବସ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ଏବେ ଏହାକୁ ନେଇ ଜାରି ରହିଛି ଜୋରଦାର ପ୍ରସ୍ତୁତି ।