ମୋଦିଙ୍କୁ ହରାଇବେ କି ବେବୋ ! କଂଗ୍ରେସ ଟିକେଟରେ ଭୋପାଳରୁ ଲୋକସଭା ନିର୍ବାଚନ ଲଢ଼ିବେ କରୀନା କପୁର ? 

1,026

କ’ଣ ଭୋପାଳରୁ ବଲିଉଡ୍ ଅଭିନେତ୍ରୀ କରୀନା କପୁର ଲୋକସଭା ନିର୍ବାଚନ ଲଢ଼ିବେ ? ତାଙ୍କୁ କଂଗ୍ରେସରୁ ଟିକେଟ୍ ଦିଆଯାଉଥିବା ଚର୍ଚ୍ଚା ଧରିଛି । ଦଳର କିଛି ନେତା ଏମିତି ଚାହାଁନ୍ତି ଓ ନିଜର ଇଚ୍ଛା ହାଇକମାଣ୍ଡ ରାହୁଲଙ୍କୁ ଜଣାଇସାରିଛନ୍ତି । କରୀନା କପୁରଙ୍କ ଶ୍ୱଶୁର ଓ ପୂର୍ବ କ୍ରିକେଟର ମଂସୁର ଅଲି ଖାନ ପଟୌଦି ଭୋପାଳରୁ ଲୋକସଭା ନିର୍ବାଚନ ଲଢ଼ି ସାରିଛନ୍ତି । କିନ୍ତୁ ସେ ହାରିଯାଇଥିଲେ ।

ଭୋପାଳର କିଛି ସ୍ଥାନୀୟ ନେତା ବଲିଉଡର ଗ୍ଲାମର ଗର୍ଲ କରୀନା କପୁରଙ୍କୁ ଭୋପାଳରୁ ସାଂସଦ ହେବାର ଦେଖିବାକୁ ଚାହୁଁଛନ୍ତି । ଏହି ନେତାମାନେ କରୀନା କପୁରଙ୍କୁ ଭୋପାଳରୁ ଟିକେଟ୍ ଦେବାର ଦାବି ହାଇକମାଣ୍ଡଙ୍କୁ ପହଂଚାଇ ଦେଇଛନ୍ତି । ଏହା ପଛରେ ତାଙ୍କର ଯୁକ୍ତି ଏହା ଯେ, ଯଦି ଭୋପାଳ  ସିଟ୍ ବିଜେପି ଠାରୁ ଛଡାଇବାର ଅଛି, ତେବେ ଏମିତି ହିଁ ଏକ ଚେହେରା କଂଗ୍ରେସକୁ ଏଠାରୁ ଓହ୍ଲାଇବାକୁ ପଡିବ ।

କରୀନା କପୁରଙ୍କ ଶ୍ୱଶୁର ଓ ପୂର୍ବତନ କ୍ରିକେଟର ମଂସୁର ଅଲି ଖାନ ପଟୌଦି ୧୯୯୧ରେ ଭୋପାଳରୁ ଲୋକସଭା ନିର୍ବାଚନ ଲଢ଼ିସାରିଛନ୍ତି । ରାଜୀବ ଗାନ୍ଧୀ ତାଙ୍କୁ ଟିକେଟ୍ ଦେଇଥିଲେ ଓ ପ୍ରଚାର ପାଇଁ ଭୋପାଳ ଆସିଥିଲେ । କିନ୍ତୁ ସେ ନିର୍ବାଚନ ହାରିଯାଇଥିଲେ ।

ଭୋପାଳରେ ଯୁବ ଭୋଟରଙ୍କ ସଂଖ୍ୟା ଅଧିକ ଅଛି । । କରୀନା ଭୋଟ୍ ଟାଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଭୋପାଳର ରାଜକୀୟ ବଂଶ ସହିତ ଏବେ ତାଙ୍କର ସଂପର୍କ ଅଛି । ଭୋପାଳରେ ଅଳ୍ପ ସଂଖ୍ୟକ ଭୋଟ୍ ଅଧିକ ଅଛି । ଏହାର ଫାଇଦା ବି ଦଳକୁ ମିଳିବ ।