ଗୁଜରାଟରେ କେଜ୍ରିୱାଲଙ୍କ ବୟାନ: ସିସୋଦିଆ ଦୁନିଆର ସବୁଠାରୁ ବଡ ଶିକ୍ଷାମନ୍ତ୍ରୀ, ତାଙ୍କୁ ଭାରତ ରତ୍ନ ଦିଆଯାଉ

520

କନକ ବ୍ୟୁରୋ: ଦିଲ୍ଲୀ, ପଞ୍ଜାବ ପରେ ଏବେ ଗୁଜରାଟରେ ସରକାର କରିବା ଆଶାରେ ରହିଛି ଆପ୍ । ତେଣୁ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ଗୁଜରାଟ ଗସ୍ତରେ ଯାଇଛନ୍ତି । ସେଠାରେ ଆପ ସରକାରକୁ ଆସିଲେ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି କେଜ୍ରିୱାଲ କହିଥିଲେ । ସେହିପରି ସିବିଆଇ ଜାଲରେ ଫସିଥିବା ମନୀଷ ସିସୋଦିଆଙ୍କ ପ୍ରଶଂସା କରି କହିଛନ୍ତି, ସେ ଦୁନିଆର ସବୁଠାରୁ ବଡ ଶିକ୍ଷାମନ୍ତ୍ରୀ, ତେଣୁ ସେ ଭାରତ ରତ୍ନର ହକଦାର ।

ତେବେ ସିସୋଦିଆ ମଧ୍ୟ କହିଥିଲେ କି, ଦିଲ୍ଲୀରେ ଫ୍ରି ଶିକ୍ଷା ସୁନିଶ୍ଚିତ ହୋଇଛି । ଦିଲ୍ଲୀରେ ଜନ୍ମ ହେଉଥିବା ପିଲାଙ୍କ ପାଇଁ ଉନ୍ନତ ଶିକ୍ଷା ଉପଲବ୍ଧ ରହିଛି । ଏଭଳି କାମ ପଞ୍ଜାବରେ ମଧ୍ୟ ଆରମ୍ଭ ହୋଇ ସାରିଛି । ଏଭଳି ଭାବେ ଗୁଜରାଟର ପିଲାମାନେ ମଧ୍ୟ ଶିକ୍ଷା ପାଇବାର ହକଦାର । ଯଦି ଗୁଜରାଟରେ ଆମ ସରକାର ଆସେ ତେବେ ଆମେ ସ୍ଥାୟୀ ଶିକ୍ଷକ ନିଯୁକ୍ତି କରିବୁ । ଆଉ ପ୍ରାଇଭେଟ ସ୍କୁଲରେ ଫିସକୁ କଣ୍ଟ୍ରୋଲ କରିବୁ ।