ନେତା ବୁଲୁଛନ୍ତି ବନ୍ୟାଞ୍ଚଳ: ଦଶରପୁର ବ୍ଲକ କାଣୀ ନଦୀ ଘାଇ ପରିସ୍ଥିତି ଦେଖିଲେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ

79

କନକ ବ୍ୟୁରୋ: ଦଶରପୁର ବ୍ଲକ କାଣୀ ନଦୀରେ ହୋଇଥିବା ଘାଇ ପରିସ୍ଥିତି ଦେଖିଲେ ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ । ସ୍ଥାନୀୟ ଲୋକଙ୍କ ସମସ୍ୟା ବୁଝିବା ସହ କାଣୀ ନଦୀରେ ଘାଇ ସରକାରୀ କୃତ ବୋଲି ଅଭିଯୋଗ କରିଛନ୍ତି । ବନ୍ଧ ସୁରକ୍ଷା ସରକାରଙ୍କର । ହେଲେ ଧାର୍ଯ୍ୟ ସମୟରେ ସରକାର ବନ୍ଧକୁ ସୁରକ୍ଷା ଦେଇ ନାହାଁନ୍ତି । ବ୍ରହ୍ମଚାରିପାଟଣା, ପଂଚପଡା ଆଦି ଗାଁ ବୁଲି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ।

ସେପଟେ ପୁରୀରେ ବନ୍ୟାଂଚଳ ପରିଦର୍ଶନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିଦ ପାତ୍ର । କଣାସ ଅଂଚଳରେ ବୋଟ୍ ଯୋଗେ ବନ୍ୟାଅଂଚଳ ପରିଦର୍ଶନ କରିଛନ୍ତି ବିଜେପି ନେତା । କେବଳ ସେତିକି ନୁହେଁ ବନ୍ୟା ପାଣିରେ ବୁଡି ରହିଥିବା ଲୋକଙ୍କ ଘର ଘର ବୁଲି ସେମାନଙ୍କ ଦୁର୍ଦ୍ଦଶାର ଚିତ୍ର ଦେଖିଛନ୍ତି । ଏହାସହ ଲୋକଙ୍କ ସୁବିଧା, ଅସୁବିଧା ପଚାରି ବୁଝିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର । ରାଜ୍ୟରେ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ପ୍ରଥମ ଥର ବନ୍ୟାଂଚଳ ପରିଦର୍ଶନ କରିଛନ୍ତି ସମ୍ବିତ ପାତ୍ର ।