ଏନଡିଏରେ ସାମିଲ ହେଲେ ଲାଭରେ ରହିବେ ନବୀନ: କେନ୍ଦ୍ରମନ୍ତ୍ରୀ ଅଠାୱାଲେଙ୍କ ବିଜେଡି ସୁପ୍ରିମୋଙ୍କୁ ଅଫର

832

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନଡିଏରେ ସାମିଲ ହେବା ପାଇଁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ । ଏହାସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଉଭୟ ଲୋକସଭା ଓ ରାଜ୍ୟସଭାରେ ଅନେକ ଗୁରୁତ୍ୱପୂର୍ଣ ବିଲ ପାସ ବେଳେ ଏନଡିଏ ସରକାରକୁ ବିଜେଡି ବହୁତ ସହଯୋଗ କରିଛି । ୨୦୨୪ ନିର୍ବାଚନ ବେଳକୁ ଏନଡିଏ ସହ ଯୋଡି ହେଲେ ବହୁ ଲାଭରେ ରହିବେ ନବୀନ । ଓଡିଶାକୁ ଅଧିକ ବଜେଟ ଦେଇ ପାରନ୍ତି ମୋଦି ସରକାର ।

୨୦୨୪ରେ ଏନଡିଏ ୨୦୧୯ର ରେକର୍ଡ ଭାଙ୍ଗିବ । ନୀତିଶ ଏନଡିଏ ଛାଡିଛନ୍ତି ସତ ହେଲେ ଏନଡିଏ ତାଙ୍କୁ ଛାଡିନି । ୨୦୨୪ ବେଳକୁ ସେ ପୁଣି ଫେରି ପାରନ୍ତି । ଯଦି ନ ଫେରିଲେ ତଥାପି ଏନଡିଏ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ୨୦୨୪ରେ ନିର୍ବାଚନରେ ୩୫୦ରୁ ଅଧିକ ସିଟ ପାଇବ ଏନଡ଼ିଏ ବୋଲି ସେ କହିଛନ୍ତି । ରାମଦାସ ଅଠାୱାଲେ ହେଉଛନ୍ତି ରିପ୍ଲିସିଆନ ପାର୍ଟି ଅଫ ଇଣ୍ଡିଆର ନେତା । ସେ ଏନଡିଏର ସମର୍ଥକ ।