ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ । ଟସ୍ ଜିତି ବୋଲିଂ କରିବ ଦକ୍ଷିଣ ଆଫ୍ରିକା, ଦୀର୍ଘବର୍ଷ ପରେ ଦଳକୁ ଫେରିଲେ ହାର୍ଦ୍ଦିକ ଓ କାର୍ତ୍ତିକ ।

108

କନକ ବ୍ୟୁରୋ : ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜି ଦିଲ୍ଲୀରେ ଖେଳାଯିବ । ଦକ୍ଷିଣ ଆଫ୍ରିକା ପ୍ରଥମେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି । ଆହତ କାରଣରୁ କେ.ଏଲ ରାହୁଲ ପୂରା ସିରିଜରୁ ବାଦ୍ ପଡିଥିବା ବେଳେ ରିଷଭ ପନ୍ତ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି । ଭାରତୀୟ ଦଳକୁ ଦୀର୍ଘ ବର୍ଷ ପରେ ପୁଣିଥରେ ଦିନେଶ କାର୍ତ୍ତିକ ଫେରିଛନ୍ତି । ସେହିଭଳି ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଦୀର୍ଘ ଦିନ ପରେ ଚୂଡାନ୍ତ ଏକାଦଶକୁ ଫେରିଛନ୍ତି । ତେବେ ପ୍ରଥମ ମ୍ୟାଚରେ ଆଇପିଏଲର ଚର୍ଚ୍ଚିତ ଖେଳାଳୀ ଉମ୍ରାନ ମଲ୍ଳିକଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିନାହିଁ ।

ଅନ୍ୟପଟେ ଚଳିତ ସିରିଜରୁ ଭାରତ ନିଜର ଅଭିଜ୍ଞ ଖେଳାଳୀଙ୍କୁ ବିଶ୍ରାମ ଦେଇଛି । ରୋହିତ, ବିରାଟ, ବୁମରାହ, ଜାଡେଜାଙ୍କ ଭଳି ଖେଳାଳିଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ବିଶ୍ରାମ ଦିଆଯାଇଛି । ଭାରତୀୟ ଟିମର ଅଭିଜ୍ଞ ଖେଳାଳୀଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜରେ ଦେଖିବାକୁ ମିଳିବ ।