ବଲାଙ୍ଗୀରରେ ଅଗ୍ନିବର୍ଷା! ୪୫.୩ ଡିଗ୍ରୀ ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ।

82

କନକ ବ୍ୟୁରୋ : ବଲାଙ୍ଗୀରରେ ଅଗ୍ନିବର୍ଷା ।  ଦିନର ସର୍ବାଧିକ ତାପମାତ୍ରା ବଲାଙ୍ଗୀରରେ ରେକର୍ଡ ହୋଇଛି । ଗୁରୁବାର ୪୫.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଟିଟଲାଗଡରେ ଦିନର ତାପମାତ୍ରା ୪୫.୨ ଡିଗ୍ରୀ ରେକର୍ଡ ହୋଇଛି ଜିଲ୍ଲାର ଦୁଇଟି ସ୍ଥାନରେ ଏଭଳି ସ୍ଥିତି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି ।