ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦: ବାରବାଟୀରେ ବିକ୍ରି ହୋଇଗଲା ସବୁ ଟିକେଟ ।

124

କନକ ବ୍ୟୁରୋ : ବାରବାଟୀରେ ବିକ୍ରି ହୋଇଗଲା ସବୁ ଟିକେଟ । ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ବାରବାଟୀର ସମସ୍ତ ଟିକେଟ ଶେଷ ହୋଇଛି ଆସନ୍ତାକାଲି ଆଉ ଟିକେଟ ବିକ୍ରି ହେବନାହିଁ । ଜୁନ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ । ଗୁରୁବାର ଏଥିପାଇଁ ଅଫଲାଇନରେ ଟିକେଟ ଉପଲବ୍ଧ ହେଉଥିଲା, ତେବେ ଅନେକ ସଂଖ୍ୟାରେ ଭିଡ ଦେଖିବାକୁ ମିଳିଥିଲା । ପ୍ରବଳ ଭିଡ ଭିତରେ ସବୁ ଟିକେଟ ଶେଷ ହୋଇଥିବା ଓସିଏ ସୂଚନା ଦେଇଛି ।