ୟୁକ୍ରେନକୁୁ ସମ୍ପୂର୍ଣ୍ଣ ମାଟିରେ ମିଶାଇବା ପାଇଁ ଚେଷ୍ଟା କରୁଛି ରୁଷ । ଆଗକୁ ବ୍ୟବହାର କରିପାରେ ପୁଅର ମ୍ୟାନ ନ୍ୟୁକ୍ଲିୟର ମିସାଇଲ

182

କନକ ବ୍ୟୁରୋ : ୧୦ମାସ ହେବ ଚାଲିଛି ରୁଷ-ୟୁକ୍ରେନ ଯୁଦ୍ଧ । ଏହା ଭିତରେ ପୁଣିଥରେ ଆକ୍ରମଣକୁ ଜୋରଦାର କରିଛି କ୍ରେମଲିନ । ଅର୍ନ୍ତଜାତୀୟ ମିଡିଆ ରିପୋର୍ଟ ଅନୁସାରେ ୟୁକ୍ରେନର କିଛି ସ୍ଥାନରେ ରୁଷ ‘ପୁଅର ମ୍ୟାନ ନ୍ୟୁକ୍ଲିୟର ୱିପନ’ ବା ହତିଆରର ବ୍ୟବହାର କରିବାକୁ ଯୋଜନା କରୁଛି । ଏହା ଥର୍ମୋବୋରିକ ପ୍ଲେମେଥ୍ରୋରନାଁରେ ମଧ୍ୟ ଜଣାଶୁଣା । ଏହା ଏକ ଏଭଳି ହତିଆର ଅଟେ ଯାହାକି ବିସ୍ଫୋରଣ ହେବା ସ୍ଥାନରେ ବଡ ଧରଣର କ୍ଷତି କରେ । ଯାହା ଉପରେ ପଡେ ସେ ବାଷ୍ପ ହୋଇଯାଏ । କେବଳ ଜନଧନ ହାନି ନୁହେଁ ଏହା ବଡ ବଡ ତଥା ଶକ୍ତିଶାଳୀ ବଙ୍କର ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ରକୁ ମଧ୍ୟ ଧ୍ୱଂସ କରିପାରେ । ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ଏହି ଥର୍ମୋବୋରିକ ୱିପନ ସର୍ବପୁରାତନ, ସବୁଠୁ ଅଧିକ ଘାତକ ଓ ପାରମ୍ପାରିକ ହତିଅ।।ର ଅଟେ । ସରଳ ଭାଷାରେ କହିବା ଗଲେ ଏହା ଏକ ନରସଂହାର ହତିଆର ଅଟେ ।