ପୁଣି ବୟାନକୁ ନେଇ ବିବାଦରେ ଅଭିନେତ୍ରୀ ଜୟା ବଚ୍ଚନ । ଭାରତୀୟ ମହିଳାଙ୍କ ପୋଷାକ ପରିଧାନକୁ ନେଇ ଉଠାଇଲେ ପ୍ରଶ୍ନ

583

କନକ ବ୍ୟୁରୋ : ବଲିଉଡର ବିଗତ ଦିନର ବରିଷ୍ଠ ଅଭିନେତ୍ରୀ ତଥା ରାଜ୍ୟସଭା  ସାଂସଦ ଜୟା ବଚ୍ଚନ ପୁଣି ନିଜର ଏକ ବୟାନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏଥରକ ଜୟା ପାଶ୍ଚାତ୍ୟ ପୋଷାକକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ନାତୁଣୀ ନଭ୍ୟା ନଭେଲୀ ଆରମ୍ଭ କରିଥିବା ନୂଆ ଟକ୍ ଶୋରେ ଜୟା ଓ ଝିଅ ଶ୍ୱେତା ପହଁଚିଥିଲେ । ଏହି ସମୟରେ ନଭ୍ୟାଙ୍କ ଏକ ପ୍ରଶ୍ନର ଉତର ଦେବାକୁ ଯାଇ ଜୟା କହିଥିଲେ କି ଭାରତୀୟ ମହିଳାମାନେ ଅଧିକ ପାଶ୍ଚାତ୍ୟଦେଶର ପୋଷାକ ପିନ୍ଧିବା ପାଇଁ ଆଗ୍ରହୀ ।

ହୁଏତ ଏଭଳି ପୋଷାକ ପରିଧାନ କରି ସେମାନେ  ମ୍ୟାନନପାୱାର ଭଳି ବୋଧହୁଏ ମନେ କରନ୍ତି । ପ୍ରକୃତରେ ମହିଳମାନେ ଏଭଳି ପୋଷାକ ପିନ୍ଧିବା ବଦଳରେ ଯଦି ସଂଶକ୍ତିକରଣ ଉପରେ ଯଦି ଅଧିକ ଧ୍ୟାନ ଦେବେ ତେବେ ଅଧିକ ଶକ୍ତିଶାଳୀ ମନେ କରିବେ ବୋଲି ନିଜ ମତ ରଖିଛନ୍ତି ଜୟା ବଚ୍ଚନ । ଜୟା ଏକଥା ମଧ୍ୟ କହିଛନ୍ତି କି ବିଦେଶୀ ମହିଳାମାନେ ମଧ୍ୟ ଭାରତୀୟ ମହିଳାଙ୍କଠୁ ଅଧିକ ଉନ୍ନତ ପୋଷାକ ପରିଧାନ କରୁଛନ୍ତି ।