ମନରେ ଅନେକ କୋହ ଭରି ରହିଛି, କିନ୍ତୁ କାନ୍ଦିବାକୁ ସୁଯୋଗ ମିଳୁନି । ଆଖିରେ ଲୁହ ଆଣିଦେବ ୟୁକ୍ରେନର କାହାଣୀ

302

କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧକୁ ପାଖାପାଖି ୬ମାସ ବିତିଯାଇଥିଲେ ବି ଯୁଦ୍ଧ ଥମିବାର କୌଣସି ନା ନେଉନାହିଁ । ଏହି ଯୁଦ୍ଧ ଭିତରେ ବହୁତକିଛି ହରାଇଲାଣି ୟୁକ୍ରେନ୍ । କିଏ ନିଜ ବାପା-ମାଆଙ୍କୁ ହରାଇଛି ତ ଆଉ କିଏ ନିଜ ସ୍ୱାମୀ, ପିଲାଙ୍କୁ ହରାଇଛି । ଏପରିକି ମେଡିକାଲରେ କିଭଳି ନବଜାତ ଶିଶୁଙ୍କ ଜୀବନ ଯାଇଥିଲା, ତାହାର ମଧ୍ୟ ସମସ୍ତଙ୍କୁ ବିଚଳିତ କରିଥିଲା । ସେହିଭଳି କିଛି ହୃଦୟ ଭାଙ୍ଗିଦେଲା ଭଳି କାହାଣୀ ବଖାଣିଛନ୍ତି ୟୁକ୍ରେନରେ ବଙ୍କର ଭିତରେ ଆତ୍ମଗୋପନ କରିଥିବା ସେନା ଏବଂ ଡାକ୍ତର ।
ବଙ୍କର ଭିତରେ ଆତ୍ମଗୋପନ କରିଥିବା ଡାକ୍ ନାମକ ଜଣେ ଡେଣ୍ଟାଲ ସର୍ଜନ ତାଙ୍କ କୋହଭରା କଣ୍ଠରେ ଦୁଃଖଭରା କାହାଣୀ କହିଛନ୍ତି । ସେ କହିଛନ୍ତି, ପରିସ୍ଥିତି ଏପରି ହୋଇଯାଇଛି ଯେ, ପ୍ରତିଦିନ ଜୀବନର ଶେଷ ଦିନ ଭାବି ବଞ୍ଚି ରହିବାକୁ ପଡୁଛି । ପ୍ରଥମେ ଯେତେବେଳେ ଋଷ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା ସେତେବେଳେ ନିଜକୁ ସମ୍ଭାଳି ନପାରି ମୁଁ ମଧ୍ୟ ୟୁକ୍ରେନ ସେନାରେ ସାମିଲ ହୋଇ ହାତରେ ଅସ୍ତ୍ର ଉଠାଇନେଇଥିଲି କିନ୍ତୁ ଋଷର ବର୍ବରତା ଆଗରେ ଅନେକ ୟୁକ୍ରେନ୍ ସେନା ସହିଦ୍ ହୋଇଗଲେଣି । ଋଷର ଅଧିକାଂଶ ଅଞ୍ଚଳ ଏବେ ଋଷ କବ୍ଚାକୁ ଚାଲିଗଲାଣି । ୟୁକ୍ରେନକୁ ସମ୍ପୁର୍ଣ୍ଣ କବ୍ଚା ନକରିବାଯାଏ ଏହି ଯୁଦ୍ଧ ଥମିବ ନାହିଁ । ଆଗକୁ ଆହୁରି ଅନେକ ନିରିହ ଲୋକଙ୍କ ଜୀବନ ଯିବ । ଅନେକ ଯବାନ ସହିଦ୍ ହେବେ ।
ବଙ୍କର ଭିତରେ ଥିବା ଡକ୍ ଆହୁରି ମଧ୍ୟ କହିଛନ୍ତି କି, ବଙ୍କର ଭିତରେ କେବଳ ସାଧାରଣ ଲୋକେ ନାହାନ୍ତି । ଏହି ବଙ୍କରରେ ସେନା ଯବାନମାନେ ମଧ୍ୟ ରହୁଛନ୍ତି । ପ୍ରତି ମୁହୁର୍ତ୍ତରେ ମିଜାଇଲ, ଗୋଳା ବାରୁଦ ଫାଟିବାର ଭୟଙ୍କର ଶବ୍ଦ ବଙ୍କର ଭିତରର ସେନାଙ୍କୁ ଡରାଇଦେଉଛି । ତଥାବି ଭୟାବହ ପରିସ୍ଥିତି ଭିତରେ ଯବାନମାନେ ଖାଇବା ଖାଉଛନ୍ତି । କିଛି ସମୟ ପରସ୍ପର ମଧ୍ୟରେ ହସଖୁସି ବି କରିନେଉଛନ୍ତି । କିନ୍ତୁ ଏମାନଙ୍କ ମନ ଭିତରେ ବି ଠେର ସାରା କୋହ ଭରିହୋଇ ରହିଛି । ପ୍ରତି ମୁହୁର୍ତ୍ତରେ ନିଜର ଲୋକଙ୍କୁ ହରାଇଦେବାର ଭୟ ଘାରୁଛି ।
ଏସବୁକୁ ଦେଖି ମୋ ମନରେ ପ୍ରବଳ କୋହ ଭରି ରହିଛି । କିନ୍ତୁ ଏହି କୋହକୁ ବାହାର କରିବା ପାଇଁ ସୁଯୋଗ ମିଳୁନି । ବାସ୍ ସେହି ଦିନକୁ ଅପେକ୍ଷା, କେବେ ଯୁଦ୍ଧ ସରିବ ଆଉ ଆମେମାନେ ସୂର୍ଯ୍ୟ କିରଣ ଦେଖିବୁ । ଯଦି ଯୁଦ୍ଧ ଶେଷ ଯାଏଁ ମୁଁ ବଞ୍ଚି ରୁହେ ତାହେଲେ ସେଦିନ ମୁଁ ମନ ଖୋଲି କାନ୍ଦିବି । ମନ ଭିତରେ ଯେତେ କୋହ ଅଛି ସେସବୁକୁ ବାହାର କରିଦେବି ।