ବୁଦ୍ଧ ମୂର୍ତି ପଛର ହିଂସ୍ର ବାଘକୁ ନେଇ ତେଜିଲା ବିବାଦ: ବୌଦ୍ଧ, ବାଘଗୁଡା ଛକରେ ଜିଲ୍ଲା ପ୍ରଶାସନ ତରଫରୁ ହୋଇଛି ପ୍ରତିଷ୍ଠା

125

କନକ ବ୍ୟୁରୋ: ବୁଦ୍ଧଦେବଙ୍କ ମୂର୍ତ୍ତି ନିକଟରେ ବାଘକୁ ବିରୋଧ । ଆଉ ଏହି ବାଘ ପାଇଁ ମାମଲା ଅଦାଲତରେ ପହଞ୍ଚିଛି । ବୌଦ୍ଧ ବାଘଗୁଡା ଛକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଦ୍ଧ ପୁର୍ଣ୍ଣିମାରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଏହି ମୂର୍ତ୍ତି ପଛରେ ଏକ ବାଘ ବସିଥିବା ମୂର୍ତ୍ତି ରହିଛି । ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଛି । ଅଦାଲତରେ ମାମଲା ବି ରଜୁ ହୋଇଛି । । ଭଗବାନ ବୁଦ୍ଧ ହେଉଛନ୍ତି ଅହିଂସାର ପ୍ରତୀକ । ତେଣୁ ତାଙ୍କ ପ୍ରତିମା ନିକଟରେ ଏକ ହିଂସ୍ର ଜନ୍ତୁର ମୂର୍ତ୍ତି ସ୍ଥାପନ କରିବା ଗ୍ରହଣୀୟ ନୁହେଁ । ଏହା ସହ ଏହା ଲୋକଙ୍କ ଧର୍ମୀୟ ଭାବନାରେ କୁଠାରଘାତ ସଦୃଶ ହାଇଛି । ତେବେ ଏହି ଅଭିଯୋଗ କରି ଜିଲ୍ଲାପାଳଙ୍କୁ ନୋଟିସ୍ ଦିଆଯାଇଥିଲା । କୌଣସି ପଦକ୍ଷେପ ନିଆଯାଇନଥିବାରୁ ପୁଣି ବୌଦ୍ଧ ସିନିୟର ସିଭିଲ ଜଜ୍ଙ୍କ ଅଦାଲତରେ ମାମଲା ରୁଜୁ ହୋଇଛି ।