ଡଲାର ତୁଳନାରେ ପୁଣି କମିଲା ଟଙ୍କାର ମୂଲ୍ୟ। ୧ ଡଲାରର ମୂଲ୍ୟ ଭାରତୀୟ ଟଙ୍କାରେ ୮୨ ଟଙ୍କା ୩୩ ପଇସାକୁ ବୃଦ୍ଧି। 

97

କନକ ବ୍ୟୁରୋ: ଆମେରିକୀୟ ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା । ସର୍ବନିମ୍ନ ସ୍ତରରେ ପହଞ୍ଚିଲା ଟଙ୍କାର ମୂଲ୍ୟ । ଏକ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରାରେ ୮୨ ଟଙ୍କା ୩୩ ପଇସା ହୋଇଛି । କିଛି ଦିନ ହେଲା ଡଲାର ତୁଳନାରେ କମି କମି ଯାଉଛି ଟଙ୍କାର ମୂଲ୍ୟ । ଗୁରୁବାର ଦିନ ଟ୍ରେଡ୍ ଆରମ୍ଭ ହେଉ ହେଉ ୧୬ ପଇସା କମିଯାଇଥିଲା ଟଙ୍କାର ମୂଲ୍ୟ । ଫଳରେ ଆମଦାନୀ ଉପରେ ଏହାର ବଡ଼ ପ୍ରଭାବ ପଡିଛି ।

ନଜର ପକାନ୍ତୁ – 

କାହିଁକି କମୁଛି ଟଙ୍କାର ମୂଲ୍ୟ?

ବୃଦ୍ଧି ପାଉଛି ଅଶୋଧିତ ତେଲ ଦର

ରପ୍ତାନୀ ତୁଳନାରେ ଆମଦାନୀ ବୃଦ୍ଧି ପାଉଛି

ଭାରତୀୟ ବଜାରରୁ ଓହରି ଯାଉଛନ୍ତି ବିଦେଶୀ ନିବେଶକ

ଟଙ୍କାର ମୂଲ୍ୟ ହ୍ରାସ ପାଇବାର କୁପ୍ରଭାବ ପଡିବ ଭାରତୀୟ ବଜାରରେ । ଆମଦାନୀ ହେଉଥିବା ସାମଗ୍ରୀ, ବିଶେଷ କରି ପେଟ୍ରୋଲିୟମ ସାମଗ୍ରୀ, କମ୍ପ୍ୟୁଟର, ମୋବାଇଲ୍ ଫୋନ, ଇଲେକ୍ଟ୍ରୋନିକ୍ସ ସମାଗ୍ରୀ ମହଙ୍ଗା ହେବା ଆଶଙ୍କା ରହିଛି ।

ଟଙ୍କାର ମୂଲ୍ୟ କମିଲେ..

ଜିଡିପିର ୨୦.୯୬ ପ୍ରତିଶତ ଆମଦାନୀ କରିଥାଏ ଭାରତ

ତେଲ ଓ ପ୍ରାକୃତିକ ଗ୍ୟାସ, ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରିକାଲ୍ ମେସିନାରୀ, ନ୍ୟୁକ୍ଲିୟର ରିଆକ୍ଟର, ଜୁଏଲାରୀ ଆଦି ଆମଦାନୀ ହୋଇଥାଏ

ଆମଦାନୀ ହେଉଥିବା ସାମଗ୍ରୀ ମହଙ୍ଗା ହେବ

ପାମୋଲିନ୍, ସୂର୍ଯ୍ୟମୁଖୀ ତେଲ ଏବଂ ଆମଦାନୀ ହେଉଥିବା ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପାଇବ

ସ୍ମାର୍ଟଫୋନ, କମ୍ପୁଟର ଆଦିର ରେଟ୍ ବଢ଼ିବ

ସୁନା ଓ ରୁପା ମହଙ୍ଗା ହେବ

ସୋଲାର ପ୍ଲାଂଟ ପ୍ରଭାବିତ ହେବ, ଆମଦାନୀ ହେଉଥିବା ସୋଲାର ବ୍ୟାଟେରୀ ମହଙ୍ଗା ହେବ

ଅଧିକ ଟଙ୍କା ଦେଇ ସମାନ ସାମଗ୍ରୀ ଆମଦାନୀ କରିବ ଭାରତ