‘କେବଳ ହିନ୍ଦୁ ହିଁ ଏପରି ଏକ ଧର୍ମ…’ ଇସ୍ରାଏଲ ଓ ହମାସ ଯୁଦ୍ଧ ଉପରେ ଏଭଳି କହିଲେ ମୋହନ୍ ଭାଗବତ୍ ।

495

କନକ ବ୍ୟୁରୋ: ଇସ୍ରାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧ ଉପରେ ଆରଏସ୍ଏସ୍ ମୁଖ୍ୟ ମୋହନ୍ ଭାଗବତଙ୍କ ମତ ମଧ୍ୟ ସାମନାକୁ ଆସିଛି । ଅକ୍ଟୋବର ୨୧ ରେ ନାଗପୁରର ଏକ ବିଦ୍ୟାଳରେ ଛତ୍ରପତି ଶିବାଜୀଙ୍କ ରାଜ୍ୟାଭିଷେକର ୩୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧନ କରିବା କ୍ରମରେ ଭାଗବତ୍ କହିଛନ୍ତି ଯେ, ବିଶ୍ୱରେ କେବଳ ହିନ୍ଦୁ ହିଁ ଏକମାତ୍ର ଏଭଳି ଧର୍ମ ଯାହା ସବୁ ଧର୍ମ ଓ ସମ୍ପ୍ରଦାୟକୁ ସମ୍ମାନ କରେ । ତେଣୁ ଭାରତରେ ଏଯାଏଁ ହମାସ୍ ଓ ଇସ୍ରାଏଲ ଭଳି ସ୍ଥିତି ସୃଷ୍ଟି ହୋଇନାହିଁ ।

ଭାଗବତ୍ ଆହୁରି ମଧ୍ୟ କହିଛନ୍ତି ଯେ, ‘ ଏହିି ଦେଶରେ ଗୋଟିଏ ଧର୍ମ , ସଂସ୍କୃତି ଏପରି ଅଛି ଯାହା ସବୁ ସମ୍ପ୍ରଦାୟ ଓ ଆସ୍ଥାର ସମ୍ମାନ କରେ । ଏହା ହିନ୍ଦୁ ଧର୍ମ ଅଟେ । ଏହାର ଅର୍ଥ ନୁହେଁ ଆମେ ଅନ୍ୟ ଧର୍ମକୁ ଅସ୍ୱୀକାର କରୁଛୁ ବରଂ ହିନ୍ଦୁ ହିଁ ଏକମାତ୍ର ଯାହା ସବୁ ଧର୍ମକୁ ସମ୍ମାନ ଦେଇଛି ।କେବଳ ଭାରତରେ ଏଭଳିସମନ୍ୱୟ ଦେଖାଯାଏ । ଅନ୍ୟ କୌଣସି ଦେଶରେ ନୁହେଁ ।’ ।