ବିଜେପିର ଅଭିଯୋଗକୁ ନେଇ ମୁହଁ ଖୋଲିଲେ ପିନାକୀ ମିଶ୍ର : ପ୍ରେସ୍ ରିଲିଜ ଜାରି କହିଲେ କେବଳ ଅଭିଯୋଗକୁ ଆଧାର କରି କରାଯାଇଛି ସମାଲୋଚନା

273

କନକ ବ୍ୟୁରୋ : ସଂସଦରେ କୋଶ୍ଚିନ ଫର କ୍ୱେରୀ ପ୍ରସଙ୍ଗକୁ ନେଇ ବିଜେପିର ଅଭିଯୋଗକୁ ନେଇ ମୁହଁ ଖୋଲିଲେ ପୁରୀ ସାଂସଦ ପିନାକୀ ମିଶ୍ର । ପ୍ରେସ ରିଲିଜ ଜାରି କରି କହିଛନ୍ତି ତାଙ୍କ ବିରୋଧରେ କୌଣସି ଅଭିଯୋଗ ପ୍ରମାଣିତ ହୋଇ ନାହିଁ । କେବଳ ଅଭିଯୋଗ ଆଧାରରେ ବିଜେପି ସମାଲୋଚନା କରିବା ଦୁର୍ଭାଗ୍ୟଜନକ । ଏଥିସହ ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ବିଜେପିକୁ ସେ ଚେତାବନୀ ଦେଇଛନ୍ତି ।

ସଂସଦରେ କୋଶ୍ଚିନ ଫର କ୍ୱେରୀ ପ୍ରସଙ୍ଗରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସହ ଜଣେ ଓଡିଆ ସାଂସଦଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆସିଥିଲା । ଏହାକୁ ନେଇ ପ୍ରେସମିଟ କରି ପୁରୀ ସାଂସଦଙ୍କୁ ଟାର୍ଗେଟ କରିଥିଲା ରାଜ୍ୟ ବିଜେପି । ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ପାଖକୁ ଯାଇଥିବା ୨କୋଟି ଟଙ୍କାର ହାୱାଲା ଚ୍ୟାନେଲ କାରବାର ଓଡିଆ ସାଂସଦଙ୍କ ଜରିଆରେ ହୋଇଥିବା ବିଜେପି ଅଭିଯୋଗ କରିଥିଲା । ଏହାଛଡା ମହୁଆ ମୋଇତ୍ରା କିଣିଥିବା ବହୁମୂଲ୍ୟ ଆସବାବପତ୍ରର ବିଲ ମଧ୍ୟ ଓଡିଆ ସାଂସଦଙ୍କ ପାଖକୁ ଯାଇଥିବା କହିଥିଲା ।