ବିଜେପିକୁ ଆରଏସଏସର ଚେତାବନୀ । ନିର୍ବାଚନ ଜିତିବା ପାଇଁ କେବଳ ମୋଦୀ ଏବଂ ହିନ୍ଦୁତ୍ୱ ହୋଇପାରିବନି ଆଧାର

4,535

କନକ ବ୍ୟୁରୋ : ବିଜେପି ଆତ୍ମଚିନ୍ତନ କରିବାର ଆବଶ୍ୟକ ରହିଛି । କର୍ଣ୍ଣାଟକରେ ବିଜେପି ହାରିବା ପରେ ଆରଏସଏସ ବିଜେପିକୁ ଏଭଳି ପରାମର୍ଶ ଦେଇଛି । ସଂଘର ମୁଖ୍ୟ ଏକ ଆଲେଖ୍ୟ ଜରିଆରେ କହିଛନ୍ତି, କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ହିନ୍ଦୁତ୍ୱ ସବୁ ସ୍ଥାନରେ ବିଜୟ ପାଇଁ ପର୍ଯ୍ୟାପ୍ତ ନୁହେଁ । ବିଜେପିର ମିଶନ ୨୦୨୪ କୁ ଦୃଷ୍ଟିରେ ଆରଏସଏସ ଏହି ପରାମର୍ଶ ଦେଇଛି । ଆରଏସଏସ ଦଳକୁ ସ୍ପଷ୍ଟ କରିଛି ଯେ ଏକ ମଜବୁତ ସଂଗଠନ ଏବଂ ଆଂଚଳିକ ନେତୃତ୍ୱ ବିନା ନିର୍ବାଚନରେ ଜିତିବା ସହଜ ନୁହେଁ । କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ବେଳେ ବିଜେପି ତାରକା ପ୍ରଚାରକ ଭାବେ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିନ୍ଦୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲା । କର୍ଣ୍ଣାଟକ ନିର୍ବାଚନରେ ଏଭଳି ଅନେକ ପ୍ରସଙ୍ଗ ଉଠିଥିଲା ଯାହା ସିଧାସଳଖ ହିନ୍ଦୁତ୍ୱ ସହିତ ଜଡିତ ଥିଲା । ଏହି ପ୍ରସଙ୍ଗଗୁଡିକ ଆଧାରରେ ବିଜେପି ଏକପାଖିଆ ବିଜୟ ଲାଭ କରିବାକୁ ଚେଷ୍ଟା କରୁଥିଲା । ତେବେ ଜନସାଧାରଣ ଦଳର ଏହି ରଣନୀତିକୁ ପ୍ରତ୍ୟାଖ୍ୟାନ କରିଥିଲେ । ପରିଣାମ ସ୍ୱରୂପ କଂଗ୍ରେସକୁ ବିଜୟରେ ମୁକୁଟ ପିନ୍ଧାଇଥିଲେ । ପ୍ରଥମ ଥର ପାଇଁ ନିର୍ବାଚନ ସମ୍ପର୍କରେ ବିଜେପିକୁ ପରାମର୍ଶ ଦେଇଛି ଆରଏସଏସ । ସଂଗଠନର ମୁଖ୍ୟ ଖବରକାଗଜର ସମ୍ପାଦକ ପ୍ରଫୁଲ୍ଲ କେଟକର ୨୩ ମେ ସମ୍ପାଦକୀୟରେ ଏହିସବୁ ଲେଖିଛନ୍ତି ।