ଋଷରେ ଫସିିଛି ଭାରତର ଟଙ୍କା : ୟୁକ୍ରେନ ସହ ଯୁଦ୍ଧ ଯୋଗୁଁ ବିଦେଶକୁ ଡଲାର ପଇଠ ଉପରେ ରୋକ ଲଗାଇଛି ଋଷ

168

କନକ ବ୍ୟୁରୋ : ଋଷରେ ଫସି ରହିଛି ଭାରତର ଏକ ହଜାର କୋଟି ଟଙ୍କା । ୟୁକ୍ରେନ ଉପରେ ଆକ୍ରମଣ ପରେ ଋଷ ଡଲାର ଜରିଆରେ ବିଦେଶୀ ଦେୟ ପଇଠ ଉପରେ ରୋକ ଲଗାଇଛନ୍ତି । ଯାହା ଫଳରେ ଭାରତୀୟ ତୈଳ କମ୍ପାନୀଙ୍କ ଲାଭାଂଶ ୮ ବିଲିୟନ ରୁବେଲ, ଅର୍ଥାତ ପ୍ରାୟ ଏକ ହଜାର କୋଟି ଟଙ୍କା ଋଷରେ ଫସି ରହିଛି । ଓଏଲ ଇଣ୍ଡିଆ ଲିମିଟେଡର ଅର୍ଥନୀତି ନିର୍ଦ୍ଦେଶକ ହର୍ଷ ମାଧବ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଋଷର ୪ଟି ତେଲ ଓ ଗ୍ୟାସ କମ୍ପାନୀର ଅଂଶଧନ କିଣି ଭାରତୀୟ ତୈଳ କମ୍ପାନୀ ପୁଞ୍ଜି ନିବେଶ କରିଛନ୍ତି ।

ତେଣୁ ପ୍ରାକୃତିକ ଗ୍ୟାସ ଓ ତେଲ ବିକ୍ରିରୁ ହୋଇଥିବା ଲାଭକୁ ଅଂଶଧନକାରୀଙ୍କ ମଧ୍ୟରେ ଭାଗବଣ୍ଟା ହୋଇଥାଏ । କିନ୍ତୁ ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ରୁଷର ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହେଉଥିବାରୁ ରାଷ୍ଟ୍ରପତି ପୁଟିନ ବିଦେଶକୁ ଡଲାର ପୈଠ ଉପରେ କଟକଣା ଲଗାଛନ୍ତି । ତେଣୁ ଭାରତୀୟ ତୈଳ କମ୍ପାନୀ ବ୍ୟବସାୟରୁ ମିଳିଥିବା ଆୟ ପାଇପାରୁ ନାହାନ୍ତି । ତେବେ ୟୁକ୍ରେନ ସଂକଟ ଟଳିବା ପରେ ଫଶିଥିବା ଟଙ୍କା ଫେରି ପାଇବେ ବୋଲି ଆଶା ପ୍ରକାଶ କରିଛନ୍ତି ହର୍ଷ ମାଧବ ।