ଆଇପିଏଲ ଫାଇନାଲରେ ରାଜସ୍ଥାନ ରୟାଲ୍ସ : ଦ୍ୱିତୀୟ କ୍ୱାଲିଫାଇୟରରେ ୭ ୱିକେଟରେ ଆରସିବିକୁ ହରାଇଲା ଦଳ

92

କନକ ବ୍ୟୁରୋ : ଆଇପିଏଲର ଦ୍ୱିତୀୟ କ୍ୱାଲିଫାଇୟରରେ ରାଜସ୍ଥାନ ରୟାଲ୍ସ ୭ ୱିକେଟରେ ରୋଲାୟ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଏବେ ଆସନ୍ତା ୨୯ ତାରିଖରେ ଆଇପିଏଲ ଟାଇଟଲ ପାଇଁ ଗୁଜରାଟ ଟାଇଟନସକୁ ମୈଦାନରେ ଟକ୍କର ଦେବ । ଦୀର୍ଘ ୧୪ ବର୍ଷ ପରେ ଆଇପିଏଲ ଫାଇନାଲରେ ପ୍ରବେଶ କରି ରାଜସ୍ଥାନ ରୟାଲ୍ସ । ଦ୍ୱିତୀୟ କ୍ୱାଲିଫାୟରରେ ହାରିବା ପରେ ଆଇପିଏଲରେ ରୋୟାଲ ଚାଲେଞ୍ଜର୍ସ ବାଙ୍ଗୋଲରର ଅଭିଯାନରେ ପୂର୍ଣ୍ଣଚ୍ଛେଦ ପଡିଛି ।

ଆଉ ଆରସିବି ଟିମ୍ ସହ ବିରାଟ କୋହଲିଙ୍କ ଆଇପିଏଲ ଟ୍ରଫି ସ୍ୱପ୍ନ ସ୍ୱପ୍ନରେ ରହିଗଲା । ଅଧିନାୟକ ପଦ ଛାଡିବା ପରେ ଆରସିବି ସହ ତାଙ୍କ ଭାଗ୍ୟ ଉଦୟ ହୋଇପାରିଲା ନାହିଁ । ଗତକାଲିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ରୋୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୧୫୭ ରନ ସ୍କୋଲ କରିଥିଲା । ଏହାର ଜବାବରେ ରାଜସ୍ଥାନରେ ୧୯ ଓଭରରେ ମାତ୍ର ୩ ୱିକେଟ୍ ହରାଇ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା । ରାଜସ୍ଥାନ ପକ୍ଷରୁ ଜସ ବଟଲର ବିସ୍ଫୋରକ ବ୍ୟାଟିଂ କରି ୬୦ ବଲରୁ ୧୦୬ ରନର ଇନିଂସ ଖେଳି ବିଜୟକୁ ସହଜ କରିଦେଇଥିଲେ ।