ଖୁଲମଖୁଲା ବୁଲୁଛନ୍ତି ଅପରାଧୀ । ଚେନ୍ ଛିଡାଇ ନେବାବେଳେ ମହିଳାଙ୍କ ସହ ୪ଜଣଙ୍କୁ ଗୁଳି କରିଦେଲେ

113

କନକ ବ୍ୟୁରୋ: ବିହାରରେ ଅବାଧରେ ଘୁରୁ ବୁଲୁଛନ୍ତି ଅପରାଧୀ । ପାଟଣାରେ ଅପରାଧୀମାନେ ଏକାବେଳେ ୪ଜଣଙ୍କୁ ଗୁଳି କରିଦେଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ପାଟଣା ଶାସ୍ତ୍ରୀନଗର ଇଲାକାରେ ଉର୍ଜା ଷ୍ଟାଡିୟମ ପାଖରେ ଏକ ହଷ୍ଟେଲ ଦାୟିତ୍ୱରେ ଥିବା ମହିଳା ଜଣକ ନିଜର ୩ ଜଣ ସହକର୍ମୀଙ୍କ ସହ ଫରକୁ ଫେରୁଥିବା ସମୟରେ ସେମାନଙ୍କୁ କିଛି ଦୁର୍ବୃତ୍ତ ଘେରିଯାଇଥିଲେ । ମହିଳାଙ୍କୁ ଚେନ୍ ମାଗିଥିଲେ । ମହିଳାଜଣକ ଚେନ୍ କାଢି ଦେଉଥିବା ବେଳେ ଅନ୍ୟ ସହକର୍ମୀମାନେ ଚିତ୍କାର କରିଥିଲେ । ଫଳେ ୪ଜଣଙ୍କୁ ଏକାବେଳକେ ଗୁଳି କରିଦେଇଥିଲେ ଅପରାଧୀ । ଗୁରୁତର ଅବସ୍ଥାରେ ୪ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବର୍ତ୍ତମାନ ସମୟରେ ବିହାରରେ ବାରମ୍ବାର ଅପରାଧ ଘଟୁଥିବାବେଳେ ଏହାର ନିଦାନ ବାହାର କରିପାରୁନାହିଁ ପୁଲିସ । ଫଳରେ ଜନସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି ।