ବାହାଘର ପୂର୍ବରୁ ବର ଫେରାର । କନ୍ୟା ହାତ ଧରିଲା ବରର ସାନ ଭାଇ

357

କନକ ବ୍ୟୁରୋ: ବଡ ପୁଅର ବାହାଘର । ସେଥିପାଇଁ ଘର ଉଠୁଛି ପଡୁଛି । ବରଯାତ୍ରୀ ପ୍ରସ୍ତୁତ । ହେଲେ ଖୋଜିବା ବେଳକୁ ବର ଗାଏବ । ଫେସିଆଲ ହେବାକୁ କହି ବର କେଉଁଆଡେ ଚାଲିଗଲା । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ପିଲିଭିତରେ ।

ବିବାହର କିଛି ସମୟ ପୂର୍ବରୁ ବର ପଳାଇ ଯିବାରୁ ବାଧ୍ୟ ହୋଇ କନ୍ୟାଙ୍କୁ ବରଙ୍କ ସାନ ଭାଇ ସହ ବିବାହ କରିବାକୁ ପଡ଼ିଛି। ଜାଣବାକୁ ମିଳିଛି ଯେ ବର ଜଣକ ଫେସିଆଲ କରିବାର ବାହାନା କରି ବିବାହର କିଛି ସମୟ ପୂର୍ବରୁ ସମସ୍ତଙ୍କୁ ଧୋକା ଦେଇ ଫେରାର୍‌ ହୋଇ ଯାଇଥିଲେ। ତାପରେ ସେ ‌ସେଠାରୁ ଭାଗିବା ପରେ ନିଜ ପ୍ରେମିକାଙ୍କୁ ବିବାହ କରିଥିବା ସୂଚନା ରହିଛି।

ଫେରାର୍‌ ହୋଇ ଯାଇଥିବା ବର ଯେତେବେଳେ ୧୦ ଦିନ ପରେ ତାଙ୍କ ପ୍ରେମିକାଙ୍କ ସହ ବିବାହ କରି ଘରକୁ ଫେରିଲେ ତ ପରିବାର ଲୋକ ତାଙ୍କୁ ଗ୍ରହଣ କରିବାକୁ ସ୍ପଷ୍ଟ ମନା କରିଦେଲେ। ପରିବାର ଲୋକଙ୍କ କହିବା କଥା ହେଉଛି ସେ ସାବାଳକ ହୋଇଥିବାରୁ ତାଙ୍କର ଯାହା ଇଚ୍ଛା ସେ କରିପାରନ୍ତି ହେଲେ ଘରକୁ ଆଉ ଆସିପାରିବେ ନାହିଁ।