ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥରେ କାର-ଟ୍ରକ ମୁହାମୁଁହିଁ । ଚାଲିଗଲା ୩ ଜୀବନ 

224

କନକ ବ୍ୟୁରୋ : ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଟ୍ରକ କାର ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ କାରଟି ନୟାଗଡ ଅଭିମୁଖେ ଯାଉଥିବା ବେଳେ ବୋଲଗଡ ପଂଚୁକୋଟ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କାର ଡ୍ରାଇଭରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି । 

ଦୁର୍ଘଟଣାଗ୍ରସ୍ତ କାରଟିର ନମ୍ବର ଗୁଜରାଟରେ ପଂଜିକରଣ ହୋଇଛି । ତେଣୁ ମୃତକଙ୍କ ବାବଦରେ କୌଣସି ସୂଚନା ମିଳିପାରିନାହିଁ । ସେହିପରି କାରରେ କେଉଁ ସ୍ଥାନକୁ ଯାଉଥିଲେ ସେ ନେଇ ମଧ୍ୟ କୌଣସି ସୂଚନା ମିଳିପାରିନି ।