ପରଲୋକରେ ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସ । କଟକ ଚଣ୍ଡିରୋଡ୍ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା

292

କନକ ବ୍ୟୁରୋ : ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ । ୮୨ବର୍ଷ ବୟସରେ ଆଖିବୁଜିଛନ୍ତି ଅଭିନେତ୍ରୀ ଝରଣା ଦାସ । ଏକାଧିକ ଓଡିଆ ଫିଲ୍ମରେ ଅଭିନୟ କରି ସୁନାମ ଅର୍ଜନ କରିଥିଲେ । ଅନେକ ଲୋକପ୍ରିୟ ମଧ୍ୟ ହାସଲ କରିଥିଲେ । ଏବେ ତାଙ୍କର ଏହି ଦେହାନ୍ତ ଖବର ସାରା ଓଡିଶାବାସୀଙ୍କୁ ମର୍ମାହତ କରିଛି । ଓଲିଉଡରେ ଏକ ଶୋକର ଛାୟା ଖେଳିଯାଇଛି ।
ତାଙ୍କର ବହୁ ଚର୍ଚ୍ଚିତ ସିନେମା ମଧ୍ୟରୁ ମଲାଜହ୍ନ, ଅଦିନ ମେଘ, ସମୟ ବଡ ବଳବାନ, ଅମଡା ବାଟ, ଶ୍ରୀଜଗନ୍ନାଥ, ନାରୀ, ହୀରାନୀଳା ଭଳି ଫିଲ୍ମରେ ଅଭିନୟ କରି ଚର୍ଚ୍ଚା ସାଉଁଠିଥିଲେ । ଏବେ ତାଙ୍କର ଦେହାନ୍ତ ସାରା ଓଲିଉଡ୍ ପାଇଁ ଏକ ଦୁଃଖଦ ଘଟଣା ନିଶ୍ଚୟ ।
ତେବେ ବିଳମ୍ବିତ ରାତିରେ କଟକ ଚଣ୍ଡିରୋଡ୍ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନାରୁ ଜଣାପଡିଛି ।