ବାହା ହେବାକୁ ମନା କଲେ ବୋଲି ଯୁବତୀଙ୍କୁ ଲୁହା ରଡରେ ପିଟିଲା ଯୁବକ । ଗୁରୁତର ଅବସ୍ଥାରେ ମେଡିକାଲରେ ଯୁବତୀ

419

କନକ ବ୍ୟୁରୋ : ବାହା ହେବାକୁ ରାଜି ନହେବାରୁ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ । ଏହାସହ ଯୁବତୀଙ୍କ ମାଆଙ୍କୁ ମଧ୍ୟ ଆକ୍ରମଣ କରିଛି ଅଭିଯୁକ୍ତ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଛି । ନୟାଗଡ଼ ଟାଉନଥାନା ପୁରୁଣା ଘଡ଼ୁଆଳ ଗାଁରେ ଏହି ଘଟଣା ଘଟିଛି ।

ମିିଳିଥିବା ସୂଚନା ଅନୁସାରେ ଘଡ଼ୁଆଳ ଗାଁର ଗୋବର୍ଦ୍ଧନ ବଳିଆରଙ୍କ ଝିଅ ସେହି ଗାଁର ଦିପୁ ପାଳ ନାମକ ଯୁବକ କିଛି ବର୍ଷ ହେଲା ଭଲ ପାଇ ଆସୁଥିଲେ । ୨ ବର୍ଷ ତଳେ ସସ୍ମିତାଙ୍କୁ ଅପହରଣ କରିବା ଅଭିଯୋଗରେ ଦିପୁ ପୋଲିସ ଦ୍ୱାରା ଗିରଫ ହୋଇଥିଲା । ହେଲେ ଜେଲରୁ ଜାମିନରେ ଆସିବା ପରେ ସସ୍ମିତାଙ୍କୁ ବାହା ହେବାକୁ ଜିଦ୍ ଧରିଥିଲା ଅଭିଯୁକ୍ତ ଦୀପୁ । ଏହାସହ କୋର୍ଟରୁ ଅପହରଣ ମାମଲା ଉଠାଇ ଦେବା ପାଇଁ ସସ୍ମିତାଙ୍କ ପରିବାରକୁ କହିଥିଲା । ହେଲେ ସେମାନେ ରାଜି ହୋଇନଥିଲେ । ଗତକାଲି ସଂଧ୍ୟାରେ ମା’ଝିଅ ବାହାରକୁ ଆସିଥିବା ବେଳେ ଅଭିଯୁକ୍ତ ଉଭୟଙ୍କୁ ଲୁହା ରଡ଼ରେ ଆକ୍ରମଣ କରି ଫେରାର ହୋଇଯାଇଥିଲା । ଏନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି ।