ବିଚାରପତି ନିଯୁକ୍ତିକୁ ନେଇ ଥମୁନି ସରକାର-ନ୍ୟାୟପାଳିକା ବିବାଦ : ପୂର୍ବତନ ବିଚାରପତିଙ୍କ ସାକ୍ଷାତକାର ଭିଡିଓ ସେୟାର କଲେ ଆଇନ ମନ୍ତ୍ରୀ

92

କନକ ବ୍ୟୁରୋ : ଥମୁନି ସରକାର-ନ୍ୟାୟପାଳିକା ବିବାଦ । ବିଚାରପତି ନିଯୁକ୍ତ ପ୍ରକ୍ରିୟାକୁ ନେଇ କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟ ମଧ୍ୟରେ ବିବାଦ ଚାଲିଥିବା ବେଳେ ଜଣେ ପୂର୍ବତନ ବିଚାରପତିଙ୍କ ବିବାଦୀୟ ମନ୍ତବ୍ୟକୁ ସମର୍ଥନ ଜଣାଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ । ନିଜେ ବିଚାରପତି ନିଯୁକ୍ତି ଦେବା ନିଷ୍ପତ୍ତିକୁ ନେଇ ସୁପ୍ରିମକୋର୍ଟ ସମ୍ବିଧାନକୁ ହାଇଜାକ କରିଛନ୍ତି ବୋଲି ଏକ ସାକ୍ଷାତକାରରେ କହିଥିଲେ ପୂର୍ବତନ ବିଚାରପତି ଜଷ୍ଟିସ୍ ଆରଏସ୍ ସୋଧି ।

ଆଇନ ମନ୍ତ୍ରୀ ରିଜୀଜୁ ବିଚାରପତିଙ୍କ ଏହି ସାକ୍ଷାତକାର ଭିଡିଓକୁ ଟୁଇଟରରେ ସେୟାର କରି ଲେଖିଛନ୍ତି ଯେ, ଏହା ଏକ ବିଚାରପତିଙ୍କ ମତ । ଏହା କେବଳ ସୋଧିଙ୍କ ମତ ନୁହେଁ ସଂଖ୍ୟାଗରିଷ୍ଠ ଭାରତୀୟଙ୍କ ମତ । କେବଳ ଯେଉଁମାନେ ସମ୍ବିଧାନର ବିଧିବ୍ୟବସ୍ଥା ଏବଂ ଜନାଦେଶକୁ ଅସମ୍ମାନ କରନ୍ତି ସେମାନେ ଭାବନ୍ତି ଯେ ସେମାନେ ସମ୍ବିଧାନ ଉପରେ । ତେବେ ସୋଧି ତାଙ୍କ ସାକ୍ଷାତକାରରେ କହିଥିଲେ, ସମ୍ବିଧାନ ସଂଶୋଧନ କରିବାର କ୍ଷମତା କେବଳ ସଂସଦର ଅଛି । ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ ସମ୍ବିଧାନକୁ ହାଇଜାକ କରିନେଇଛନ୍ତି ବୋଲି ସେ କହିଥିଲେ ।