ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ : କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

301

କନକ ବ୍ୟୁରୋ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ । ନେତାଜୀ ଜୟନ୍ତୀ ପାଳନ ପାଇଁ ସାରାଦେଶରେ ଉତ୍ସାହ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ୧୮୯୭ ମସିହା ଆଜିର ଦିନରେ ଅର୍ଥାତ ଜାନୁଆରୀ ୨୩ରେ ଜାନକୀ ନାଥ ଦାସ ଓ ପ୍ରଭାବତୀ ଦେବୀଙ୍କ ପୁତ୍ର ଭାବେ କଟକରେ ଜନ୍ମଲାଭ କରିଥିଲେ ସୁଭାଷ । ରେଭେନ୍ସା କଲଜିଏଟ୍ ସ୍କୁଲରେ ପଢ଼ି ସେ ମାଟ୍ରିକ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ।

ଛାତ୍ର ଜୀବନରେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ତାଙ୍କୁ ଅନୁପ୍ରାଣିତ କରିଥିଲା । ୧୯୨୦ ମସିହାରେ ଆଇସିଏସ୍ ପରୀକ୍ଷାରେ ନେତାଜୀ ଚତୁର୍ଥସ୍ଥାନରେ ରହିଥିଲେ । କିନ୍ତୁ ବ୍ରିଟସ ଶାସନ ଅତ୍ୟାଚାରକୁ ବିରୋଧ କରି ସେ ଚାକିରି ଛାଡିଦେଇଥିଲେ । ପରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପ୍ରଭାବିତ ହୋଇ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ । ୧୯୩୮ରେ ସେ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ । କିନ୍ତୁ ଗାନ୍ଧୀ ଓ ନେହେରୁଙ୍କ ଅସହମତି ଯୋଗୁ ସେ କଂଗ୍ରେସରୁ ଇସ୍ତଫା ଦେଇ ଫରୱାର୍ଡ ବ୍ଲକ ନାମକ ଏକ ଦଳ ଗଠନ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧେ ଭାରତର ସମ୍ବଳ ଏବଂ ସୈନିକ ନିଯୁକ୍ତିକୁ ବିରୋଧ କରିଥିଲେ ନେତାଜୀ । ଏଥିପାଇଁ ତାଙ୍କୁ ଗୃହବନ୍ଦୀ କରାଯାଇଥିଲ ।

ହେଲେ ୧୯୪୧ରେ ସେ ଗୃହବନ୍ଦୀରୁ ଖସି ଯାଇ ଜର୍ମାନୀ ଯାଇଥିଲେ । ପରେ ବଭିନ୍ନ ଦେଶରେ ଯୁଦ୍ଧ ବନ୍ଦୀଥିବା ଭାରତୀୟଙ୍କୁ ନେଇ ଗଠନ କରିଥିଲେ ଆଜାଦ ହିନ୍ଦ ଫୌଜ । ନେତାଜୀଙ୍କ ଏହି ସେନା ପ୍ରଥମେ ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜକୁ ମୁକ୍ତ କରିଥିଲେ । ହେଲେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ, ଜାପାନର ପରାଜୟ ପରେ ନେତାଜୀ ସେନାକୁ ପଛକୁ ହଟିବାକୁ ପଡିଥିଲା । ତେବେ ୧୯୪୫ ମସିହା ଅଗଷ୍ଟ ୧୮ରେ ଏକ ବିମାନ ଦୁର୍ଘଟଣାରେ ତାଇୱାନଠାରେ ନେତାଜୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।