ଓଡିଶା ପାଇଁ ରେଡ୍ ୱାର୍ଣ୍ଣିଂ : ସୂଚନା ଦେଲେ ଆଇଏମଡି ଡିଜି

993

କନକ ବ୍ୟୁରୋ : ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ୨ଦିନ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୧୯ ଓ ୨୦ ତାରିଖରେ ପ୍ରବଳ ବର୍ଷିବ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏ ନେଇ ସୂଚନା ଦେଇଛନ୍ତି । ଲଘୁଚାପ ପ୍ରଭାବରେ ରାଜ୍ୟରେ ୨ଦିନ ବର୍ଷା ହେବ । ଆସନ୍ତାକାଲି ସାରା ଓଡିଶାରେ ବର୍ଷିବ । ଉତ୍ତର ଓଡିଶାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୦ରେ ପଶ୍ଚିମ ଓଡିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ।

ଛତିଶଗଡରେ ମଧ୍ୟ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ୧୯ତାରିଖରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବ । ୨୦ ତାରିଖ ସକାଳ ବେଳକୁ ଅବପାତ ଝାଡଖଣ୍ଡ ପହଞ୍ଚିବ । ତେଣୁ ୧୦ ଓ ୨୦ ତାରିଖ ଓଡିଶା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଉତ୍ତର ଓଡିଶାରେ ୨୦ସେମି ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୪୫ରୁ ୫୫ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । କେବଳ ସେତିକି ନୁହେଁ ଭୂସ୍ଖଳନ ହେବା ଆଶଙ୍କା ରହିଛି । ତଳିଆ ଅଞ୍ଚଳରେ ବନ୍ୟାର ପ୍ରଭାବ ପଡିବ । ଛୋଟ ଛୋଟ ସହରାଞ୍ଚଳରେ ବନ୍ୟା ସ୍ଥିତି ଉପୁଜିପାରେ ।