ବାରିପଦାରେ ରେକର୍ଡ ଭାଙ୍ଗିଲା ତାପମାତ୍ରା । ୪୬ ଡିଗ୍ରୀ ଡେଇଁଲା ପାରଦ ।

139

କନକ ବ୍ୟୁରୋ: ପ୍ରଚଣ୍ଡା ତାତିରେ ସିଝୁଛି ବାରିପଦା ସହର । ଦୁଇ ବର୍ଷ ଭିତରେ ସହରର ତାପମାତ୍ରା ବୃଦ୍ଧି ରେକର୍ଡ କରୁଛି । ଦୁଇ ସପ୍ତାହ ହେବ ସମଗ୍ର ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ୪୦ଡିଗ୍ରୀରୁ ଅଧିକ ତାପମାତ୍ରା ରହୁଥିବା ବେଳେ ବାରିପଦା ସହରରେ ସର୍ବାଧିକ ତାପମାତ୍ରା ଗତକାଲି ୪୬ ଡିଗ୍ରୀ ରେକର୍ଡ ହୋଇଛି ।

ଏକଦା ଶୀତଳ ସହର ଭାବେ ପରିଚିତ ବନପାହାଡ ଘେରା ସହରରେ ତାପମାତ୍ରା ବୃଦ୍ଧି ସ୍ଥାନୀୟ ଲୋକଙ୍କୁ ଚିନ୍ତାରେ ପକାଇଛି । ଶିମିଳିପାଳ ଜୈବମଣ୍ଡଳର ଖୁବ ନିକଟରେ ଥିବା ବାରିପଦା ସହରରେ ଏମିତି ଅଗ୍ନିବର୍ଷା ଯୋଗୁଁ ସ୍ୱାଭାବିକ ଜୀବନ ଯାତ୍ରା ପ୍ରଭାବିତ ହେଉଛି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ୍ । ତେବେ ତାପମାତ୍ରା ବୃଦ୍ଧି ପାଇଁ କଂକ୍ରିଟ ଜଙ୍ଗଲ, ଅବାଧ ଗଛ କଟା ସାଙ୍ଗକୁ ଜଙ୍ଗଲ ନଷ୍ଟ, ସୌନ୍ଦର୍ଯ୍ୟକରଣ ନାଁରେ ସହରରେ ଥିବା ଜଳାଶୟଗୁଡିକୁ ନଷ୍ଟ କରିବା ମୁଖ୍ୟ କାରଣ ବୋଲି ବିଶେଷଜ୍ଞ କହିଛନ୍ତି ।