ନିର୍ବାଚନ ପୂର୍ବରୁ କଡ଼ା ଚେକିଂ । ଉମରକୋଟ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ରାତିରେ ଯାଞ୍ଚ କରୁଛନ୍ତି ପୋଲିସର ଫ୍ଲାଇଂ ସ୍କ୍ୱାର୍ଡ ।

61

କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଥିବା ବେଳେ ନବରଙ୍ଗପୁରରେ ଚେକିଂ ଓ ବ୍ଲକିଂକୁ ଜୋରଦାର କରିଛି ପୋଲିସ । ମେ ୧୩ ତାରିଖରେ ଓଡ଼ିଶାରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ପଡ଼ିବ ଭୋଟ । ତେଣୁ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଉମରକୋଟ ନିର୍ବାଚନ ମଣ୍ଡଳୀର ଅଧିକାଂଶ ଅଞ୍ଚଳ ଛତିଶଗଡ଼ ସୀମାକୁ ଲାଗିଛି । ତେଣୁ ସୀମାନ୍ତ ଅଞ୍ଚଳରେ ବିଳମ୍ବିତ ରାତିରେ ଚାଲିଛି ପୋଲିସ ଚେକିଂ । ପ୍ରତିଟି ଗତିବିଧି ଉପରେ ରଖାଯାଉଛି କଡ଼ା ନଜର । ନିର୍ବାଚନ ପୂର୍ବରୁ ବିଭିନ୍ନ ସମୟରେ ଟଙ୍କା କାରବାର ଚିତ୍ର ସାମ୍ନାକୁ ଆସିଥାଏ । ତେଣୁ ରାତିରେ ଯାଉଥିବା ସମସ୍ତ ଗାଡ଼ିକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି ପୋଲିସ କର୍ମଚାରୀ । ଉମରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ନିର୍ବାଚନ ଅଧିକାରୀ ପ୍ରୀତି ରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ଗାଡ଼ି ଯାଞ୍ଚ କରାଯାଉଛି ।