ଶ୍ରୀଲଙ୍କା ସଙ୍କଟ: ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଙ୍ଘେଙ୍କ ଇସ୍ତଫା।

100

କନକ ବ୍ୟୁରୋ: ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ତେବେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଙ୍ଘେଙ୍କ ଇସ୍ତଫା ଦେଇଛନ୍ତି । ନିଜେ ସେ ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି । ଶନିବାର ପ୍ରଥମେ ବିଦ୍ରୋହ ଶାଣିତ ହୋଇଥିଲା ରାଷ୍ଟ୍ରପତି ଗୋଟ୍ଟାବାୟା ରାଜପାକ୍ଷେ ରାଷ୍ଟ୍ରପତି ଭବନରୁ ପଳାୟନ କରିଥିଲେ । ଏହାର ସୁଯୋଗ ନେଇ ଶ୍ରୀଲଙ୍କା ଜନତା ତାଙ୍କ ଆବାସକୁ ନିଜ କବଜାକୁ ନେଇଥିଲେ ।

ତେବେ ସ୍ଥିତି ସମ୍ଭାଳିବାକୁ ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଙ୍ଘେ ଜରୁରୀ ବୈଠକ ଡାକିଥିଲେ । ସେ ବାଚସ୍ପତିଙ୍କୁ ମଧ୍ୟ ସଂସଦର ଅଧିବେଶନ ଡାକିବାକୁ ଅପିଲ କରିଛନ୍ତି । ସେପଟେ ଶ୍ରୀଲଙ୍କାର ପାଦୁଜାନା ପେରାମୁନାର ୧୬ ସାଂସଦ ଚିଠି ଲେଖି ରାଷ୍ଟ୍ରପତିଙ୍କୁ ଶୀଘ୍ର ଇସ୍ତଫା ଦେବାକୁ ଅନୁରୋଧ କରିଛନ୍ତି ।