ରାଜ୍ୟସଭାରେ ସାଂସଦମାନେ ଲଗାଇ ପାରିବେ ନାହିଁ ନାରା । ପତାକା ଉଡାଇବା ଉପରେ ପ୍ରତିବନ୍ଧକ, ଜାଣନ୍ତୁ କ’ଣ ଆସିଛି ନୂଆ ନିୟମ

92

କନକ ବ୍ୟୁରୋ : ଡିସେମ୍ବର ୪ ତାରିଖରୁ ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ରାଜ୍ୟସଭା ସାଂସଦଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ନିର୍ଦ୍ଦେଶନାମାରେ ଲେଖାଯାଇଛି କି, ସଂସଦରେ ଯେଉଁ ବିଷୟ ଉପରେ ଆଲୋଚନା ହେବ ତାହା ପବ୍ଲିସିଟି କରାଯାଇପାରିବ ନାହିଁ । ନୋଟିସ ମଞ୍ଜୁର ହେବା ପର୍ଯ୍ୟନ୍ତ ସାଥୀ ସଦସ୍ୟମାନଙ୍କୁ ମଧ୍ୟ ଏହି ସୂଚନା ଦିଆଯିବା ଉଚିତ ନୁହେଁ । ସଂସଦରେ ଧନ୍ୟବାଦ, ଜୟହିନ୍ଦ କିମ୍ବା ବନ୍ଦେ ମାତରମ୍ ଭଳି ନାରା ଲଗାଯାଇପାରିବ ନାହିଁ । ସଭାପତିଙ୍କୁ ସଂସଦ ଭିତରେ କିମ୍ବା ବାହାରେ ସମାଲୋଚନା କରାଯାଇପାରିବ ନାହିଁ । ତେବେ ଆସନ୍ତୁ ଜାଣିବା ନିର୍ଦ୍ଦେଶନାମାରେ କଣ ରହିଛି ।

  • ସଂସଦରେ ଉଠାଯାଉଥିବା ବିଷୟ ଉପରେ ପବ୍ଲିସିଟି ହେବା ଉଚିତ ନୁହେଁ
  • ସଭାପତି ନୋଟିସକୁ ସିକୃତି ନଦେବା ଯାଏଁ ଏହାର ଖୁଲାସା ହେବା ଉଚିତ୍ ନୁହେଁ
  • ସଂସଦରେ ଧନ୍ୟବାଦ, ଜୟ ହିନ୍ଦ, ବନ୍ଦେ ମାତରମ୍ ଭଳି ନାରା ଲଗାଯାଇପାରିବ ନାହିଁ
  • ସଭାପତିଙ୍କ ତରଫରୁ କରାଯାଇଥିବା ବ୍ୟବସ୍ଥାକୁ ନେଇ ସଂସଦ ଭିତରେ କିମ୍ବା ବାହାରେ ଆଲୋଚନା କରାଯାଇପାରିବ ନାହିଁ
  • ରାଜ୍ୟସଭା ସାଂସଦଙ୍କୁ ୨୦୨୨ ଏପ୍ରିଲ ମାସରେ ଦିଆଯାଇଥିବା ହ୍ୟାଣ୍ଡବୁକ୍ରେ ଲିଖିତ ସଂସଦୀୟ ପରମ୍ପରାକୁ ମଧ୍ୟ ମନେ ପକାଇ ଦିଆଯାଇଛି ।
  • ସଂସଦରେ ପତାକା ଉଡାଇବା ଉପରେ ପ୍ରତିବନ୍ଧକ ଲାଗିଛି
  • ସଭାପତିଙ୍କ ଆସନ ଆଡକୁ ପଛ କରି ବସିପାରିବେ ନାହିଁ
  • ସଭାପତି କହୁଥିବା ବେଳେ କୌଣସି ସାଂସଦ ଗୃହ ଛାଡି ଯାଇପାରିବେ ନାହିଁ
  • ସଂସଦରେ ଏକା ସାଥୀରେ ଦୁଇଜଣ ସଦସ୍ୟ ଠିଆ ହୋଇପାରିବେ ନାହିଁ
  • ସଦସ୍ୟ ମାନେ ସଭାପତିଙ୍କ ନିକଟକୁ ସିଧାସଳଖ ନଯାଇ ଆଟେଡାଣ୍ଟଙ୍କ ହାତରେ ପର୍ଚ୍ଚି ପଠାଇବେ
  • ସଦସ୍ୟମାନେ ଲିଖିତ ଭାଷଣ ପଢିପାରିବେ ନାହିଁ
  • ଅଧିବେଶନ ବେଳେ ସମସ୍ତ ସଦସ୍ୟ ସଂସଦରେ ଉପସ୍ଥିତ ରହିବେ
  • ଯଦି କୌଣସି ସାଂସଦ ବିନା ଅନୁମତିରେ ୬୦ ଦିନ ଅନୁପସ୍ଥିତ ରୁହନ୍ତି ତେବେ ତାଙ୍କ ଆସନକୁ ଖାଲି ଘୋଷଣା କରାଯିବ
  • ସଂସଦ ପରିସରରେ ଧ୍ରୁମପାନ ନିଷେଧ
  • ସଂସଦର କାର୍ଯ୍ୟକୁ ଭିଡିଓ କରିପାରିବେ ନାହିଁ
  • ନୂଆ ସାଂସଦଙ୍କୁ ୧୫ ମିନିଟରୁ ଅଧିକ ସମୟ ଭାଷଣ ଦେବାକୁ ମିଳିବ ନାହିଁ